ପୁରୀ ୧୪/୬ ଆଜି ଓଡ଼ିଶାର ଗଣପର୍ବ ରଜ।ତିନି ଦିନିଆ ଏହି ରଜପର୍ବ ପାଇଁ ଓଡ଼ିଶାର ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଉତ୍ସବ ମୁଖର।ପିଠା ପଣା,ପାନ,ରଜ ଦୋଳି ରେ ମହକି ଉଠୁଛି ଚାରିଆଡ।ସେଥିରୁ ବାଦ ପଡି ନାହିଁ ପୁରୀ ବେଲଦଳ ସ୍ଥିତ ଜରାଶ୍ରମ ହୋପ ଇଜ ଲାଇଫ।ସମସ୍ତ ଅନ୍ତେବାସୀ ଙ୍କ ଗହଣରେ ପୋଡପିଠା କାଟି ରଜପର୍ବ ପାଳନ କରାଯାଇଛି।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ହୋପ ଇଜ ଲାଇଫ ର ଅନ୍ତେବାସୀ ଙ୍କ ସହ ଆଳାପ କରିବା ସହ ରଜପର୍ବର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ସେହିପରି ସେମାନଙ୍କ ଅଭିଜ୍ଞତା, ଅନୁଭବ ଇତ୍ୟାଦି ପଚାରି ବୁଝିଥିଲେ।ପୋଡପିଠା ଖାଇ ସମସ୍ତେ ଖୁସି ଅନୁଭବ କରିଥିଲେ।କାର୍ଯ୍ୟକ୍ରମ ରେ ହୋପ ଇଜ ଲାଇଫ ର ପରିଚାଳକ ସୁରେଶ ଚନ୍ଦ୍ର ନନ୍ଦ, ଉପ ସଭାପତି ଶଶିକଳା ନାୟକ, ମାନସ ମହାନ୍ତି, ମିନତି ଜେନା, ରଶ୍ମି ମହାନ୍ତି, ଚିନ୍ମୟୀ ନନ୍ଦ, ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ
ହୋପ ଇଜ୍ ଲାଇଫ ଜରା ନିବାସ ରେ ରଜ ପର୍ବ ପାଳିତ।
No Comments
June 16, 2026 11:34 am

Previous Article
Next Article

ଶ୍ରୀଅଙ୍ଗଲାଗି ସେନାପଟା ଓ ବାହୁଟ ସେବା ପାଇଁ ସାକ୍ଷୀଗୋପାଳରେ ବକୁଳ ବୃକ୍ଷ ଚିହ୍ନଟ
ରାଜୁ ପାତ୍ରଙ୍କ ୭୫ଵର୍ଷ ଜନ୍ମ ଜୟନ୍ତୀ ରେ ରକ୍ତଦାନ- ପ୍ରାକ୍ ରଥଯାତ୍ରା ପ୍ରସ୍ତୁତିରେ ରକ୍ତଦାନ ଶିବିର ଗୁରୁତ୍ବପୂର୍ଣ୍ଣ – ପ୍ରତୀକ ସିଂ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





