ନୟାଗଡ଼,ତା-୧୪.୬.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ଓଡ଼ିଆ ସଂସ୍କୃତିର ଏକ ନିଆରା ପରମ୍ପରା ରଜ ପର୍ବ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ନୟାଗଡର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରିଷଦ ସୃଜନିକାର ମିଳିତ ଆନକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ସଭାଗୃହରେ ରଜ ସାରସ୍ଵତ ସମାରୋହ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବେଗୁନିଆର ପ୍ରାକ୍ତନ ଅଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି , ସମ୍ମାନିତ ଅତିଥି ଭାବେ ସମ୍ବର୍ଦ୍ଧନାର ସଭାପତି ନିରାକାର ସ୍ୱାଇଁ ଏବଂ ଅଞ୍ଜନାର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର ଯୋଗ ଦେଇଥିଲେ । ଓଡ଼ିଶା ଗୋଟିଏ ଐତିହ ଓ ସଂସ୍କୃତି ର ପିଠସ୍ଥଳୀ। ଓଡ଼ିଶାରେ ବାର ମାସରେ ତେର ପର୍ବ।

ସେଥିମଧ୍ୟରୁ ରଜପର୍ବ ଓଡ଼ିଶା ସଂସ୍କୃତିର ଏକ ନିଆରା ପରମ୍ପରା ବୋଲି ବକ୍ତା ମାନେ ସେମାନଙ୍କ ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ କବିତା ଆସର ଆୟୋଜନ କରାଯାଇଥିଲା। ରାଜ୍ୟରୁ ଆସିଥିବା କବି କବୟିତ୍ରୀ ମାନେ ସେମାନଙ୍କ କବିତା ସଂଯୋଜକ ବଂଶୀଧର ମହାପାତ୍ର ଓ ସଂଯୋଜିକା କ୍ଷଣପ୍ରଭା କରଙ୍କ ସଂଯୋଜନାରେ ପାଠ କରିଥିଲେ। ଏହି ସମାରୋହରେ କୈଳାସ ଚନ୍ଦ୍ର ତ୍ରିପାଠୀ,ଘନଶ୍ୟାମ ରାଉତ,ମାଧବ ଜେନା , ପ୍ରତାପ କୁମାର ସାହୁ ,ରବିନ୍ଦ୍ର କୁମାର ମହାପାତ୍ର, ଦୁର୍ଯ୍ୟୋଧନ ସାହୁ ଓ ରବି ନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୃଜନିକାର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଏହି ସମାରୋହରେ ସଭାପତିତ୍ବ କରିଥିବା ବେଳେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ । ସୃଜନିକାର ଉପସଭାପତି ଅଧ୍ୟାପିକା ନିଳୀମା ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ ।











