Home / ମୁଖ୍ୟ ଖବର / ଭାଗବତ ଯୁବ ପୀଢ଼ି ପାଇଁ ମାର୍ଗଦର୍ଶକ 

ଭାଗବତ ଯୁବ ପୀଢ଼ି ପାଇଁ ମାର୍ଗଦର୍ଶକ 

portalnewsthumbnail

ପୁରୀ : ୦୮/୦୯/୨୦୨୫ – ନି:ପ୍ର-  ପତିତପାବନ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶ୍ରୀମଦ ଭାଗବତ ମହାପୁରlଣ ଜନ୍ମଦିବସ ଅବସରରେ ଏକ ଆଲୋଚନା ଚକ୍ର ଅନ୍ନପୂର୍ଣ୍ଣା ଭବନରେ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠାନର ସଭାପତି ଡ଼. ବଳରାମ ଦାଶ ଏହି ସଭାରେ ଅଧ୍ୟକ୍ଷତା କରି କହିଲେ, ଅତିବଡ଼ି ଜଗନ୍ନାଥ ଦାଶଙ୍କ ଓଡ଼ିଆ ଭାଗବତ ଜାତୀୟ ଜନଜୀବନର ଆଧାର ଓ ଏହା ସ୍ୱୟଂ ଭଗବାନଙ୍କର ସ୍ୱରୂପ ଓ ଯୁବ ପୀଢ଼ିପାଇଁ ମାର୍ଗଦର୍ଶକ l ଭlଗବତ, ପ୍ରେମ, କୃଷ୍ଣ ଭକ୍ତି ପ୍ରେମ, ଭାବ,ଭକ୍ତି ଓ ସମର୍ପଣରେ ପରିପୂର୍ଣ lମୁଖ୍ୟ ଅତିଥିରୂପେ ସଦାଶିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୁରାଣ ଇତିହାସ ବିଭାଗର ପ୍ରଫେସର ଡ଼. କୃଷ୍ଣ ଚନ୍ଦ୍ର କବି ଯୋଗଦେଇ ବ୍ୟାସକୃତ ମହାଭାରତର ଜନ୍ମ ବୃତ୍ତlନ୍ତସହ ବିଶ୍ବ ପୁରାଣ ସାହିତ୍ୟ ଜଗତକୁ ଭlଗବତର ଅବଦାନ ଅନନ୍ୟ ବୋଲି କହିଥିଲେ ଓ ଏହା ସର୍ବଶ୍ରେଷ୍ଠ ଗ୍ରଂଥ ବୋଲି ପ୍ରତିପାଦନ କରିଥିଲେ l ମୁଖ୍ୟ ବକ୍ତା ରୁପେ ଅଧ୍ୟାପକ ଡ଼.ଶଙ୍କର୍ଷଣ ପ୍ରଧାନ, ସମ୍ମାନିତ ଅତିଥି ରୁପେ ଶିଶୁସାହିତ୍ୟ ସମାଚାର ପତ୍ରିକାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ଡ଼.ଶଶୀକାନ୍ତ ରଥ, ଡ଼. ପ୍ରଦୀପ କୁମାର ଆଚାର୍ଯ୍ୟ, ଡକ୍ଟର ଗୋପlଳକୃଷ୍ଣ କର ଯୋଗଦେଇ ଭlଗବତର ତାତ୍ତ୍ଵିକ ମୂଲ୍ୟବୋଧ, ସାମାଜିକ ମୂଲ୍ୟବୋଧ ଓ ଏହା ପ୍ରତି ବିଦ୍ୟାଳୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ପାଇଁ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟୟନ ର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ l ସମ୍ପାଦକ ଅଧ୍ୟାପକ ଦୟାନିଧି ପଣ୍ଡା ଭାଗବତପାରlୟଣ ସହ ଚନ୍ଦ୍ର ଗ୍ରହଣ ସମ୍ପର୍କରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଆଲୋଚନା ଚକ୍ରରେ ସମାଜ ସେବୀ ରାଜକିଶୋର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଅନ୍ନପୂର୍ଣ୍ଣାକର,ଉମେଶଚନ୍ଦ୍ର ଦାସ ଜାନକୀରାଣୀ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଅନେକ ଭକ୍ତ ଏହାକୁ ଉପଭୋଗ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply