Home / ମୁଖ୍ୟ ଖବର / ଜଗନ୍ନାଥ ଏକାଡେମୀର ବାର୍ଷିକ ଉତ୍ସବ ଅନୁଷ୍ଠିତ: ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ

ଜଗନ୍ନାଥ ଏକାଡେମୀର ବାର୍ଷିକ ଉତ୍ସବ ଅନୁଷ୍ଠିତ: ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ

​କାକଟପୁର ତା୧୭/୬,( ତୁଷାର ଦୀକ୍ଷିତ ) ସ୍ଥାନୀୟ ଜଗନ୍ନାଥ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ବେଶ୍‌ ଧୁମଧାମରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ​ବିଶିଷ୍ଟ ଅତିଥିଙ୍କ ଯୋଗଦାନ ଏବଂ ମାର୍ଗଦର୍ଶନ ଜଗନ୍ନାଥ ଏକାଡେମୀ ର ମୁଖ୍ୟ ଜଗନ୍ନାଥ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ​ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଧାନନ୍ଦ ଗ୍ରୁପର ମୁଖ୍ୟ ଆର. କେ. ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଗଠନ ପାଇଁ ପରାମର୍ଶ ଦେଇଥିଲେ। କୋଣାର୍କ ସ୍ଥିତ ଆର୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା ସହିତ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।


​ସମ୍ମାନିତ ଅତିଥି ଭାବେ କାକଟପୁର ପ୍ରେସ କ୍ଲବର ସଭାପତି ​କମଳ ଲୋଚନ ଦୀକ୍ଷିତ,ମଙ୍ଗଳା ମହାବିଦ୍ୟାଳୟର ଉପାଧ୍ୟକ୍ଷ​ସଂଗ୍ରାମ ଛାଟୋଇ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଲଲାଟେନ୍ଦୁ ସ୍ୱାଇଁ,କୋଣାର୍କ ଜାଭିୟର ହାଇ ସ୍କୁଲ, ନିର୍ଦ୍ଦେଶକ ​ସମୀର କୁମାର ଭୂୟାଁ,ମହାତ୍ମାଗାନ୍ଧୀ ଡିଗ୍ରୀ କଲେଜ ଅଧ୍ୟାପକ ​ପ୍ରଶାନ୍ତ କୁମାର ବିଶ୍ୱାଳ
​ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଲୋଡ଼ିଥିଲେ। ​ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ
​ସଭା ପରିଚାଳନା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପିଲାମାନଙ୍କର ଚିତ୍ତାକର୍ଷକ ନୃତ୍ୟ ଓ ସଂଗୀତ ସେଠାରେ ଉପସ୍ଥିତ ଥିବା ଅଭିଭାବକ ଏବଂ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ​ଜଗନ୍ନାଥ ଏକାଡେମୀର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗ ଏବଂ ସୁପରିଚାଳନା ଯୋଗୁଁ ଏହି ବାର୍ଷିକ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇପାରିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply