ପୁରୀ: ୧୬/୬/୨୬ – ଆଜି ସନ୍ଧ୍ୟା ପ୍ରାୟ ୬.୦୫ ଘଟିକା ସମୟରେ ଶ୍ରୀଜଗନ୍ନାଥ ମନ୍ଦିର କରିଡୋର ଅଞ୍ଚଳ ଉପରେ ଏକ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହ ତୁରନ୍ତ ସିଂହଦ୍ୱାର ଥାନା ପୁଲିସ ଏବଂ ଏକ ସ୍ୱତନ୍ତ୍ର ଟିମ୍କୁ ଡ୍ରୋନ୍ ଅପରେଟରଙ୍କୁ ଚିହ୍ନଟ କରି ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ କରି ସିଂହଦ୍ୱାର ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ୍ ହୋଟେଲ୍ ଜ୍ୟୋତି, ନାୟକ ପ୍ଲାଜା ନିକଟସ୍ଥ ସ୍ଥାନରେ ଚଢ଼ାଉ କରି ଡ୍ରୋନ୍ ଚଳାଉଥିବା ବ୍ୟକ୍ତିଙ୍କୁ କାବୁ କରିଥିଲେ। ବ୍ୟକ୍ତି ହେଲେ ଦେବାଶିଷ ପତି (୩୬ ବର୍ଷ), ପିତା– କେଶବ ଚନ୍ଦ୍ର ପତି, ବାସିନ୍ଦା– ଯାଜପୁର ଟାଉନ, ଜିଲ୍ଲା ଯାଜପୁର। ତାଙ୍କ ନିକଟରୁ ବ୍ୟବହୃତ ଡ୍ରୋନ୍ ଏବଂ ଏହା ସମ୍ବନ୍ଧୀୟ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି। ଘଟଣା ସମ୍ପର୍କରେ ସିଂହଦ୍ୱାର ଥାନାରେ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି।ପୁରୀ ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ନିଷିଦ୍ଧ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇବା ଏକ ଗୁରୁତର ଆଇନଗତ ଉଲ୍ଲଂଘନ ହୋଇଥିବାରୁ ଏଭଳି କାର୍ଯ୍ୟକଳାପ ବିରୋଧରେ କଡ଼ା ପଦକ୍ଷେପ ଜାରି ରହିବ।

Previous Article
Next Article

ପୁରୀ ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ ପୁରୀ ପୋଲିସ ଦ୍ୱାରା ଆୟୋଜିତ
ଜଗନ୍ନାଥ ଏକାଡେମୀର ବାର୍ଷିକ ଉତ୍ସବ ଅନୁଷ୍ଠିତ: ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





