ନୟାଗଡ଼, ତା-୨୦.୬.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ମହିଳା ଓ ଶିଶୁ ବିକାଶ ବିଭାଗର ଉପ-ସଚିବ ଶ୍ରୀମତୀ ମୋନାଲିସା ଦେବତା ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ସେ ଖଣ୍ଡପଡା ବ୍ଲକର ତେନ୍ତୁଳିଆ ପଲ୍ଲୀ ଏବଂ ନୟାଗଡ଼ ବ୍ଲକର ଶିଖରପୁର ଓ କ୍ରୀଦାଶପୁର ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍-ପ୍ରାଥମିକ ଶିକ୍ଷା ଏବଂ କେନ୍ଦ୍ରଗୁଡ଼ିକର ସାମଗ୍ରିକ କାର୍ଯ୍ୟ

କ୍ଷମତାର ସମୀକ୍ଷା କରିଥିଲେ। ଶିଶୁମାନଙ୍କ ସହ ଆଲୋଚନା କରି ସେମାନଙ୍କର ଶିକ୍ଷା ଓ ବିକାଶ ସମ୍ପର୍କରେ ଅବଗତ ହେବା ସହିତ ଗୁଣାତ୍ମକ ପୁଷ୍ଟି , ଯତ୍ନ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲା ସଂଯୋଜକ (ପୋଷଣ), ଜିଲ୍ଲା ସଂଯୋଜକ , ସମ୍ପୃକ୍ତ ସିଡିପିଓ , ସୁପରଭାଇଜର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିଦର୍ଶନ କାର୍ଯ୍ୟରେ ସହଯୋଗ କରିଥିଲେ।











