ପୂରୀ,ଆଜି ତା ୨୬/୬/୨୬ – ରିଖ ସାରା ଦେଶରେ ଆଗେଇଚାଲିଛି ନିଶା ମୁକ୍ତ ଭାରତ ଅଭିଯାନ l ଅନୁରୂପ ଭାବରେ ପୂରୀ ଜିଲ୍ଲା ପ୍ରଶାସନ ସହାୟତାରେ ଓ ନାରୀ ମଙ୍ଗଳ ମହିଳା ସମିତିପ୍ ଆୟୋଜନରେ ଏହି ଅଭିଯାନ ଆଜି ସ୍ଥାନୀୟ ୟୁଥ ହଷ୍ଟେଲଠାରେ ପାଳିତ ହୋଇ ଯାଇଛି l ପ୍ରଥମେ ଗୋଟିଏ ସଚେତନତା ରାଲି ର ଆୟୋଜନ କରାଯାଇଥିଲା lଉକ୍ତ ରାଲି ଜିଲ୍ଲା ଖାଉଟି ସମାଧାନ ମଞ୍ଚ ଠାରୁ ବାହାରି ୟୁଥ ହଷ୍ଟେଲ ପର୍ଯ୍ୟନ୍ତ ନିଶା ମୁକ୍ତ ବାର୍ତା ଯୁକ୍ତ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଇଥିଲେ l ଉକ୍ତ ରାଲିରେ ସ୍ଥାନୀୟ ମହିଳା, ଛାତ୍ର ଛାତ୍ରୀ, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ/ସଂଯୋଜିକା ଓ ସ୍ବେଛାସେବୀ ସେବୀ ମାନେ ଯୋଗଦେଇଥିଲେ l ଏହାପରେ ୟୁଥ ହଷ୍ଟେଲ ସଭା ଗୃହରେ ଏକ ସଚେତନ ବୈଠକ ର ଆୟୋଜନ କରାଯାଇଥିଲା l ଅତିଥିମାନେ ନିଶା ମୁକ୍ତ ଅଭିଯାନ ର ବାର୍ତା ଓ ଉଦେଶ୍ୟ ବିଷୟରେ ବୁଝାଇଥିଲେ l ଏହି ଆଲୋଚନାରେ ଅତିଥିଭାବେ ଶ୍ରୀ ବୃନ୍ଦାବନ ପ୍ରଧାନ, ସାମାଜିକ କର୍ମୀ, ଶ୍ରୀ ପ୍ରଦିପ୍ତ ଦତ୍ତ, ଲେଖକ ଓ ସାମାଜିକ କର୍ମୀ, ଅଧ୍ୟାପକ ବୈକୁଣ୍ଠ ନାଥ ପୃଷ୍ଟି ମଂଚାସୀନ ଥିବାବେଳେ ଗୁଣନିଧି ବରାଳ ମଞ୍ଚ ପରିଚାଳନା କରିଥିଲେ l ସଭାପରେ ନିଶା ନିବାରଣ କୁ ଅଧିକ ଶକ୍ତିଶାଳୀ କରିବାପାଇଁ ଶପଥ ପାଠ କରାଯାଇଥିଲା l ନିଶା ନିବାରଣ ବାର୍ତା କୁ ନେଇ ସହର ର ବିଭିନ୍ନ ସ୍ଥାନରେ ଦାସକାଠିଆ ପରିବେଷଣ କରାଯିବା ସହିତ ସଚେତନତା ନିମନ୍ତେ ଦସ୍ତଖତ ସଂଗ୍ରହ କରାଯାଇଥିଲା l
ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଶିଦ୍ଧ ଦିବସ











