Home / ମୁଖ୍ୟ ଖବର / ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୬ ତମ କୁମାର ଉତ୍ସବ , ମନମୋହିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ।

ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୬ ତମ କୁମାର ଉତ୍ସବ , ମନମୋହିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ।

whatsapp image 2025 10 06 at 21.07.37 a618ec10

ପୁରୀ:୦୬ /୧୦/୨୦୨୫ – ପୁରୀର ଅନ୍ୟତ୍ତମ ସଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୬ ତମ କୁମାର ଉତ୍ସବ-୨୫ ସୋମବାର ସ୍ଥାନୀୟ ପୌରସଦନ ଠାରେ ଉଦଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ପୁରୀ ସଦର ବିଧାୟକ ସୁନିଲ କୁମାର ମହା୍‌ନ୍ତି , ପୂର୍ବତନ ପୌରସଦସ୍ୟ ଭକ୍ତ ଚରଣ ଦାସ , ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ବିରେନ୍ଦ୍ର ନାରାୟଣ ଗୋଛିକାର ସଭାପତିତ୍ୱ କରିଥିବା ବେଳେ ସଂପାଦକ ସନ୍ତୋଷ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ ।

whatsapp image 2025 10 06 at 21.07.37 2347612a

ଏହି ଅବସରରେ ଅତିଥି ମାନେ ନିଜ ଅଭିଭାଷଣରେ ମତବ୍ୟକ୍ତ କରି କହିଥିଲେ କି ଅନୁଷ୍ଟାନ ଦୀର୍ଘ ୪୬ ବର୍ଷ ଧରି ଓଡିଶାର କଳା ସଂସ୍କୃତିକୁ ଉଜିବିତ ରଖିବା ସହ ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି। କେବଳ ସାଂସ୍କୃତିକ କାର୍ଯ୍ୟ ନୁହେଁ ଅନେକ ସମୟରେ ସମାଜିକ କାର୍ଯ୍ୟ ମଧ୍ୟ ଅନୁଷ୍ଟାନ ପକ୍ଷରୁ କରାଯାଉଛି। ୍େ‌ତଣୁ ଆଗକୁ ଅନୁଷ୍ଟାନ ଏହିପରି ଭାବରେ କାର୍ଯ୍ୟ ଜାରି ରହୁ ବୋଲି କହିଥିଲେ। ଏହା ପରେ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଟାନ ପକ୍ଷରୁ ନାଲକୋର ପୂର୍ବତ୍ତନ ପରିଚାଳନା ନିର୍ଦ୍ଦେଶକ, ଡ଼ଃ ତପନ କୁମାର ଚାନ୍ଦ୍‌ଙ୍କୁ ସମ୍ମାନିତ କରାଯାଇଥିଲା । ମାନପତ୍ର ଓ ଉପଢୋକନ ପ୍ରଦାନ କରାଯାଇଥିଲା। ତେବେ ଶ୍ରୀ ଚାନ୍ଦ ଅସୁସ୍ଥ ଥିବାରୁ ମାନପତ୍ର ତାଙ୍କ ପ୍ରତିନିଧି ଭାବରେ ସମ୍ପାଦକ ଙ୍କୁ ମାନପତ୍ର ଓ ଉପଢୋକନ ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।।ସଭାକାର୍ଯ୍ୟ ପରେ ସଂଗୀତ ନିର୍ଦେଶକ ଆଲୋକ ମହାପାତ୍ରଙ୍କ ନିର୍ଦ୍ଦେଶନା ଓ ନୃତ୍ୟ ଗୁରୁ ଅମିତ୍ ଚାଟାର୍ଜୀ ଙ୍କ ତତ୍ୱ୍ୱବଧାନର ଅନୁଷ୍ଠାନର କୁନି କୁ କଳାକାରମାନଙ୍କୁ ନେଇ କୁମାର ପୁନେଇ ରାତି ମନ ଭରିଦିଏ ତାତି ନାଟ୍ୟ ରୂପକ ନୃତ୍ୟ ପରିବେଷଣ କରାଯାଇଥିଲା ।ପରେ ପରେ କୃଷ୍ଣମୋହନ ଡ୍ୟାନ୍ସ ଏବଂ ସଙ୍ଗୀତ ଏକାଡେମୀ ପକ୍ଷରୁ ଓଡିଶୀ ଡ୍ୟାନ୍ସ ନବ ଦୁର୍ଗା , ସୁର୍ଯ୍ୟ ଡ୍ୟାନ୍ସ ଗ୍ରୁପ ପକ୍ଷରୁ କ୍ରିଏଟିଭ୍ ଡ୍ୟାନ୍ସ୍‌, ଆରତୀ ଡାନ୍ସ ଗ୍ରୁପ୍ ପଖରୁ ଆଧୁନିକ ନୃତ୍ୟ ନାଚ୍ ବଲିଏ ପରିବେଷଣ କରାଯାଇଥିଲା ।ଶେଷରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଯାହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ କୋଷାଧ୍ୟକ୍ଷ ଜିତେନ୍ଦ୍ର ଦାସ ମହାପାତ୍ର , ପ୍ରଦୀପ କୁମାର ମିଶ୍ର , ସଦାଶିବ ନାୟକ , ନାରାୟଣ ଗୋଛିକାର , ବିଜୟ କୁମାର ଆପଟ ବାସୁଦେବ ଦାସ ହରେକୃଷ୍ଣ ମିଶ୍ର , ସରସ୍ୱତୀ ଦାସ , ରୀତିକା ମହାନ୍ତି , ମନିଷା ମହାନ୍ତି , ରାଜେନ୍ଦ୍ର ହରିଚନ୍ଦନ ,ପ୍ରଶାନ୍ତ ମୁଦୁଲି , ରଂଜିତ ସିଂ , ବିକ୍ରମ ପରିଡ଼ା , ଲକ୍ଷ୍ମୀ ନାରାୟଣ ପଣ୍ଡା , ମଦନ ମୋହନ ପୂଜାପଣ୍ଡା , ପୁରୁଷତ୍ତମ ଦାସ ମହାପାତ୍ର , ରାଜୀବ ଶତପଥୀ ,ପି ଅନିଲ ରାଓ, ସୁବ୍ରତ ସାହୁ , ଯୁଗଳ କିଶୋର ସ୍ନିହା, ରୁଦ୍ରନାରାୟଣ ମିଶ୍ର , ଆଦିତ୍ୟ ପ୍ରତିହାରୀ ,ଗୋପୀନାଥ ସ୍ୱାଇଁ , ଅଶୋକ ପାତ୍ର , ଜଗମୋହନ ପଟ୍ଟନାୟକ , ଙ୍କ ସହ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟାମାନେ ଉକ୍ତ କାର୍ଯ୍ୟକ୍ରମଗୁଡ଼ିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply