Home / ମୁଖ୍ୟ ଖବର / ମାର୍କେଟ ଛକ ଠାରୁ ଶରଧାବାଲି ପର୍ଯ୍ୟନ୍ତ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ।

ମାର୍କେଟ ଛକ ଠାରୁ ଶରଧାବାଲି ପର୍ଯ୍ୟନ୍ତ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ।

ପୁରୀ ୪/୭ ଚଳିତ ରଥଯାତ୍ରା କୁ ଶୃଙ୍ଖଳିତ ଓ ସ୍ବଛତା ର ସହ ସମ୍ପର୍ଣ୍ଣ କରିବାକୁ ପ୍ରଶାସନ ଓ ମହାନଗର ନିଗମ ସମସ୍ତ ବ୍ୟବସ୍ଥା କୁ ତ୍ବରାନ୍ବିତ କରିଛନ୍ତି।ଗତକାଲି ମଧ୍ୟ ନଗର ଉନ୍ନୟନ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ରଥଯାତ୍ରା ପରିପ୍ରେକ୍ଷୀରେ ବିଭାଗର ସମୀକ୍ଷା କରିଥିଲେ।ମହାନଗର ନିଗମ ସମସ୍ତ ଆହ୍ଵାନ ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି।ସମଗ୍ର ସହରକୁ ସ୍ବଛ ରଖାଯିବା ସହ ପବିତ୍ର ବଡଦାଣ୍ଡ କୁ ମଧ୍ୟ ସ୍ବଛତା ପାଇଁ ଅତିରିକ୍ତ ଦୃଷ୍ଟି ଦିଆଯାଇଛି।ସଫେଇ ପାଇଁ ଅଧିକ କର୍ମଚାରୀ ମୁତୟନ କରାଯାଇଛି।ଅପରପକ୍ଷରେ ବଡଦାଣ୍ଡ ର ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ କୌଣସି ରନ୍ଧା ଖାଦ୍ୟ ପରିବେଷଣ କରାଯାଇ ପାରିବ ନାହିଁ।କେବଳ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ।ତେବେ ମାର୍କେଟ ଛକ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଆବଣ୍ଟିତ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ପାରିବ ବୋଲି ନିଷ୍ପତ୍ତି ନିଆଯାଇଛି।ଯାହା ଫଳରେ ଶ୍ରଦ୍ଧାଳୁ ମାନେ ବିଶେଷ ଉପକୃତ ହୋଇ ପାରିବେ ବୋଲି ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply