କାକଟପୁର ୭/୭ – ( ତୁଷାର ଦୀକ୍ଷିତ ) ଦେବସ୍ନାନ ପୂର୍ଣ୍ଣିମା ରେ ସହସ୍ର କଳସୀ ଜଳରେ ସ୍ନାନ କରି ଜ୍ୱର ହୋଇଥିବା ମହାପ୍ରଭୁ ଙ୍କୁ ଫୁଲୁରୀ ତେଲ ଓ ଚେର ମୂଳି ଔଷଧ ରେ ସାମାନ୍ୟ ସୁସ୍ଥ ହେବାପରେ ଫଳ ମୂଳ ସେବା ଲାଗିଥାଏ l ଏହି ସେବାରେ ପ୍ରାଚୀ କ୍ଷେତ୍ର ମା ମଙ୍ଗଳା ଙ୍କ ପୀଠ ର ଅନବସର ଫଳ ଭାର ଏକ ନିଆରା ପରମ୍ପରା l ଫୁଲୁରୀ ତେଲ ଲାଗି ହୋଇ ଦିଅଁମାନେ ସ୍ୱଳ୍ପ ଆରାମ ଲାଭ କରିଛନ୍ତି l ଏହି ଅବସରରେ ପ୍ରାଚୀ ତଟ ବନଜାଗ ଲୀଳାସ୍ଥଳୀ ଓ ଜଗନ୍ନାଥ ଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ଦେଉଳି ମଠରୁ ଅନବସର ସେବା ନିମିତ୍ତ ଫଳ ଭାର ଚାରିଗୋଟି ଶଗଡ଼ ପୁରୀ ଅଭିମୁଖେ ଯାତ୍ରା କରିଛି l ଶଙ୍ଖ, ହୁଳୁହୁଳି ଖୋଳତାଳ ସଂକୀର୍ତନ ର ତାଳେ ତାଳେ ଗାଁ ଗାଁ ଦେଇ ବିଭିନ୍ନ ଦେବ ପୀଠ ସ୍ପର୍ଶ କରି ସାଜସଜ୍ଜା ହୋଇଥିବା ଶଗଡ଼ ବଳଦ ଓ ଭକ୍ତ ମାନେ ପୁରୀ ଅଭିମୁଖେ ପଦଯାତ୍ରା କରି ଛନ୍ତି l ମଠ ବାଡ଼ି ତଥା ଭକ୍ତ ମାନଙ୍କ ପ୍ରଦତ୍ତ ବିଭିନ୍ନ ବାଡ଼ି, ବଗିଚା ର ସୁସ୍ୱାଦୁ ଫଳ ମଧ୍ୟରେ ଆମ୍ବ, ପିଜୁଳି, ନଡ଼ିଆ ସପୁରି, ସେଓ କମଳା କଦଳୀ , ତୁଳସୀ ଓ ପଦ୍ମଫୁଲ ମାଳ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀକ୍ଷେତ୍ର ଯାଇଛି l ବାଟରେ ପୂର୍ବନିର୍ଧାରିତ ଦେବପୀଠ ମାନଙ୍କରେ ବିଶ୍ରାମ କରିବା ସହ ଭକ୍ତ ମାନେ ନାମ ସଂକୀର୍ତନ କରିବାର କାର୍ଯ୍ୟକ୍ରମ ରହିଛି l ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ଦାୟିତ୍ୱରେ ଚାଲି ଆସୁଥିବା ଏହି ପଦଯାତ୍ରା ଅଣସର ସପ୍ତମୀ ରେ ଦେଉଳି ମଠରୁ ବାହାରି ନବମୀ ଦିନ ଶ୍ରୀକ୍ଷେତ୍ର ରେ ପହଂଚିବା ପୂର୍ବକ ଶ୍ରୀମନ୍ଦିର ପରିସରରେ ଥିବା ନୃସିଂହ ଚକଡାରେ ଫଳ ପୁଷ୍ପ ଆଦି ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ l ଆଜିର ଏହି କାର୍ଯ୍ୟକ୍ରମ କୁ ଦେଉଳି ମଠ ଉର୍ଣ୍ଣୟନ କମିଟି ର କାଳିପ୍ରସାଦ, ମିତୁରଞ୍ଜନ, କୈଳାସ ନାୟକ, କାବୁଲା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ l
ଦେଉଳି ମଠରୁ ଶ୍ରୀକ୍ଷେତ୍ର କୁ ଗଲା ଅଣସର ଫଳ ଭାର l
No Comments
July 7, 2026 2:33 pm

Previous Article
Next Article

ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀଙ୍କ ଚକ୍ଷୁ ଦାନ କଲେ ପରିବାର ଲୋକେ।ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ।ଝିଅ ଦେଲା ମୁଖାଗ୍ନି ।
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





