ଆଜି ତା୧୫.୦୭.୨୦୨୬ରିଖ, ବୁଧବାର ଶୁକ୍ଳ ପ୍ରତିପଦ ରେ ସିଂହ ଦ୍ଵାରରେ ପହଂଚିଛନ୍ତି ଦିବ୍ୟ ତିନି ରଥ….ବନକଲାଗି ସାରି ଦତ୍ତ ବାହାରିବା ପରେ
ମହାପ୍ରଭୁଙ୍କ ମଙ୍ଗଳ ଆଳତି ସକାଳ ଘ.୯.୨୫ ମି.ରେ ବଢି ପରବର୍ତ୍ତୀ ନୀତି ମାନ ଅନୁଷ୍ଠିତ ହୋଇଥିଲା , ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ ପୂର୍ବାହ୍ନ ଘ.୧୧.୨୦ ରୁ ଘ.୧୨.୪୫ ମଧ୍ୟରେ ଶେଷ ହେବା ପରେ ରଥକୁ ଆଜ୍ଞାମାଳ ବିଜେ ଦିବା ଘ.୧.୧୦ ରେ ହୋଇଥିଲା, ଆଜ୍ଞାମାଳ ବିଜେ ହୋଇ ତିନି ରଥରେ ଲାଗି ହେବା ପରେ, ପୋଲିସ ପ୍ରଶାସନ ଯଥେଷ୍ଟ ପୂର୍ବରୁ ରଥ ସୁରକ୍ଷା ବ୍ୟବସ୍ଥା ସହ ରଥ ଟଣା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ସହ ରଥ ଟଣା ପ୍ରଶସ୍ଥ ମାର୍ଗକୁ ବାରିକେଡିଙ୍ଗ କରାଯାଇଥିଲା। ତତ୍ପରେ ପୋଲିସ କର୍ମଚାରୀ ମାନେ ରଥକୁ କଡନ କରିଥିଲେ। ଏହାପରେ ରଥ ଟଣ। ପର୍ବ ଆରମ୍ଭ ହୋଇଥିଲା। ପ୍ରଥମେ ନନ୍ଦିଘୋଷ ରଥ ଭୋଇ ସେବକ, ମହାରଣା ସେବକ ଏବଂ ପୋଲିସ ବାହିନୀ ଅପରାହ୍ନ ଘ.୧.୪୦ ଟିକା ରେ ରଥ ଟଣା ଆରମ୍ଭ କରି ଘ.୨.୧୫ ମୀ. ରେ ଉଦ୍ଦିଷ୍ଟ ସ୍ଥାନରେ ନନ୍ଦିଘୋଷ ରଥକୁ ସିଂହ ଦ୍ଵାରରେ ପହଞ୍ଚାଇଥିଲେ। ତତ୍ ପରେ ଦର୍ପଦଳନ ରଥକୁ ରଥ ଖଳା ଠାରୁ ଅପରାହ୍ନ ଘ.୨.୨୭ ରେ ଟଣା ଯାଇ ଘ.୩.୦୦ ରେ ସିଂହ ଦ୍ଵାର ଠାରେ ପହଞ୍ଚିଥିଲା, ଶେଷ ରେ ତାଳଧ୍ଵଜ ରଥ ଘ.୩.୧୫ ରେ ଭିଡ଼ାଯାଇ ସିଂହ ଦ୍ଵାର ଠାରେ ଘ.୪.୨୦ ସୁଦ୍ଧା ପହଞ୍ଚିଥିଲା।
ସିଂହ ଦ୍ଵାରରେ ତିନି ରଥ ……











