Home / ମୁଖ୍ୟ ଖବର / ପୁରୀ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଗଲା । 

ପୁରୀ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଗଲା । 

ପୁରୀ ଆଜି ତା୨୩/୦୭/୨୦୨୬ରିଖ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଟ ପ୍ରଶ୍ନପତ୍ର ଚୋରି ମାମଲାରେ ଦିଲ୍ଲୀ, ଜନ୍ତରମନ୍ତର ଠାରେ ଗଣତାନ୍ତ୍ରିକ ଉପାୟରେ ପ୍ରଭାବିତ ଆନ୍ଦୋଳନରତ ଛାତ୍ର ଛାତ୍ରୀଙ୍କୁ ମାଡ଼ ମାରିବା ବିରୁଦ୍ଧରେ ତଥା ମାନ୍ୟବର ବିରୋଧୀଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଗିରଫ ତଥା ଦୁର୍ବ୍ୟବହାର କରିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି  ଦିବା ଘ୧୧.୩୦ମିନିଟ ସମୟରେ କଚେରି ଛକ, ପୁରୀ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଗଲା । 

କେଉଁ କାରଣରୁ ଓଡ଼ିଆ ପାଠ୍ୟପୁସ୍ତକ ଗୁଜରାଟ ରେ ଛପାଗଲା ଏବଂ ଆଜି ପର୍ଯ୍ୟନ୍ତ କଣ ପାଇଁ ସଠିକ ପାଠ୍ୟପୁସ୍ତକ ବିତରଣ କରାଗଲା ନାହିଁ ତାହାର ପ୍ରତିବାଦରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ, ଉତ୍ତମ କୁମାର ଆଚାର୍ଯ୍ୟ, ବିଦ୍ୟୃତଲତା ଆଚାର୍ଯ୍ୟ, ଉମାକାନ୍ତ ବରାଳ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ର, ସୁକାନ୍ତ କୁମାର ପ୍ରଧାନ, ବିଶ୍ୱନାଥ ଦାଶ,କାଳୀ ପ୍ରସାଦ ନାୟକ,ବୈଦ୍ୟନାଥ ପାଣି ବିଭୁଦତ୍ତ ମିଶ୍ର,ଅମୀୟ ମହାପାତ୍ର, ସୂର୍ଯ୍ୟ ନାରୟଣ ପଣ୍ଡା, ଜ୍ୟୋତି ପ୍ରକାଶ ମହାନ୍ତି ପ୍ରମୋଦ ପାଣ୍ଡୀ,ଅଶ୍ୱିନୀ ବଳବନ୍ତରାୟ, ରଜତ କୁମାର ସାହୂ, ଆର୍ତ୍ତତ୍ରାଣ ସାହୁ, ସ୍ମୃତିରଂଜନ ପତି, ଅର୍ଜୁନ ସାହୂ,ବିକାଶ ପୃଷ୍ଟି, ସୁଶୀଲ ସାହୂ,ମନୋଜ କୁମାର ବେହେରା,ସନ୍ତୋଷ ପାଢ଼ୀ ,ନିର୍ମଳ ସାମନ୍ତରାୟ, ଅପର୍ତ୍ତି ଦୀକ୍ଷିତ, ସିତାକାନ୍ତ ମହାନ୍ତି, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ଡଃ ନିରଞ୍ଜନ ବିଶ୍ୱାଳ, ବିଶ୍ବରଂଜନ ସାମନ୍ତରାୟ, ବୈଦ୍ୟନାଥ ପାଣି, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର, ମୁନା ପ୍ରଧାନ, ଉମାକାନ୍ତ ବେହେରା, ଦୁର୍ଗାପ୍ରସାଦ ସାମନ୍ତରାୟ, ରାଧେଶ୍ୟାମ ସାହୁ, ସସ୍ମିତା ସ୍ବାଇଁ, ମମତା ସ୍ବାଇଁ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply