Home / ମୁଖ୍ୟ ଖବର / ଜାତୀୟ ନୃତ୍ୟତ୍ସୋବରେ ସତ୍ୟବାଦୀର ଗୋଟିପୁଅ ନୃତ୍ୟ ଅନୁଷ୍ଠାନ ସମ୍ବର୍ଦ୍ଧିତ

ଜାତୀୟ ନୃତ୍ୟତ୍ସୋବରେ ସତ୍ୟବାଦୀର ଗୋଟିପୁଅ ନୃତ୍ୟ ଅନୁଷ୍ଠାନ ସମ୍ବର୍ଦ୍ଧିତ

ସତ୍ୟବାଦୀ: ୨୮/୭/୨୦୨୬ – ତେଲେଙ୍ଗାନାର ଠାରେ ଚଳିତ ମାସ ୨୫ ଓ ୨୬ ଦୁଇଦିନ ଧରି ଅନୁଷ୍ଠିତ ଜାତୀୟ ନାଦେରୀ ନୃତତ୍ସୋବ ୨୦୨୬ ରେ ଉଚ୍ଚ କୋଟିର ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରି ସତ୍ୟବାଦୀ ଅଞ୍ଚଳର ନିଳାଦ୍ରୀ ଗୋଟିପୁଅ ନୃତ୍ୟ ପରିଷଦ ଅନୁଷ୍ଠାନ କଳାକାର ମାନେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଅବସରରେ କଳାକାର ମାନଙ୍କ ବନ୍ଧ ନୃତ୍ୟ କଳା କ୍ୟୈଶଳରେ ଆଧ୍ୟାତ୍ମିକ ଉପସ୍ଥାପନା ବେଶ ଆକର୍ଷଣୀୟ ହୋଇଥିଲା। ପରିଣତ ବୟସରେ ଓଡ଼ିଶାର ପାରମ୍ପରିକ ନୃତ୍ୟ କଳାକୁ ଉଦଯିବିତ ରଖିବା ଦିଗରେ ଉଦ୍ୟମ ଚଳାଇଥିବା ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ରାୟଙ୍କୁ ୟାଦାରୀ ଜାତୀୟ ସମ୍ମାନ–୨୦୨୬ରେ ଅତିଥି ମାନେ

ଉପଢ଼ୌକନ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଦେଇଥିଲେ। ଏହି ସମ୍ମାନ ତାଙ୍କର ଦୀର୍ଘଦିନର ସାଂସ୍କୃତିକ ସେବା, ଗୋଟିପୁଅ ନୃତ୍ୟର ପ୍ରଚାର-ପ୍ରସାର ଏବଂ ନୂତନ ପିଢ଼ିର କଳାକାର ସୃଷ୍ଟିରେ ଅବଦାନ ପାଇଁ ପ୍ରଦାନ କରାଯାଇଛି। ସେ ଗୋଟିପୁଅ ପରମ୍ପରାକୁ ଆଗକୁ ନେବାରେ ଉଲ୍ଲେଖନୀୟ ଭୂମିକା ନିଭାଇଛନ୍ତି। ରାଜ୍ୟର ସାଂସ୍କୃତିକ ଉତ୍ସବ ଓ ଲୋକନୃତ୍ୟ ମହୋତ୍ସବରେ ସେ ସମ୍ମାନିତ ହୋଇଥିବା ବେଳେ, ତାଙ୍କର ନିଷ୍ଠା, କଳାପ୍ରତି ସମର୍ପଣ ଏବଂ ସଂସ୍କୃତି ସଂରକ୍ଷଣର ଅବଦାନ ତାଙ୍କୁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ସମ୍ମାନ ଗୋଟିପୁଅ ନୃତ୍ୟ ପରମ୍ପରା ଏବଂ ସମଗ୍ର ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି କଳାପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗ କ୍ରମେ ନୃତ୍ୟ ଓ ବାଦ୍ୟ ଶିଳ୍ପୀ ମାନଙ୍କୁ ନେଇ ଶ୍ରୀରାୟ ତେଲେଙ୍ଗାନାର କଳାକୀର୍ତ୍ତୀ ନୃତ୍ୟାଳୟ ପକ୍ଷରୁ ରବିନ୍ଦ୍ର ଭାରତୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ଜାତୀୟ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply