ସତ୍ୟବାଦୀ :- ୨୦/୮/୨୦୨୫ – ନି:ପ୍ର- ସତ୍ୟବାଦୀ ସ୍ଥିତ ବସ ଷ୍ଟାଣ୍ଡ ନିକଟରେ ଅଛି ପଞ୍ଚସଖା ଙ୍କ ପ୍ରତିମୂର୍ତ୍ତି କିନ୍ତୁ ଆଜି ବି ସେହି ସ୍ଥଳ ରହିଛି ଅନ୍ଧାରରେ । ନା ଅଛି ବିଦ୍ୟୁତ ବଲ ନା ଲାଗିଛି ସୋଲାର ସିଷ୍ଟମ। ଲାଗିଛି ଖାଲି ହୋଲ୍ଡର ମାତ୍ର ବଞ୍ଚିତ ହେଇଛି ବିଦ୍ୟୁତ ସଂଯୋଗରୁ । ସୂଚନା ଥାଉକି ନୂତନ ୩୧୬ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ହେବା ବେଳେ ଏହି ପଞ୍ଚସଖା ଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା ଓଭର ବ୍ରିଜ ତଳକୁ । କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଏହି କି ଯେ ଆଜି ପର୍ଯ୍ୟନ୍ତ ହୋଇପାରିଲାନି ବିଦ୍ୟୁତ ପରିଚାଳନା ର ସଠିକ ସଞ୍ଚାଳନ । ଶୁଣିବାକୁ ମିଳୁଛି ଏଠାରେ ନିଶାଡୀ ଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରାୟ ଏକ ବର୍ଷ ପୂର୍ବେ ଏହି ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମୂର୍ତ୍ତି କୁ ସ୍ଥାନାନ୍ତର ପାଇଁ କରାଯାଇଥିଲା ପ୍ରକଳ୍ପ ର ଆରମ୍ଭ । କିନ୍ତୁ ନିର୍ବାଚନ ପରେ ଡବଲ ଇଞ୍ଜିନ ସରକାର ଆସିବା ପରେ ସତେ ଯେମିତି ଡବଲ ଟେବୁଲ ତଳେ ଦାବି ହୋଇ ରହିଯାଇଛି ଏହି ପ୍ରକଳ୍ପ ଫାଇଲ । ସତ୍ୟବାଦୀ କୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଏହି ସ୍ଥାନକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ ଏବଂ ଚାରିଆଡେ ନିଶାଡୀ ଙ୍କ ଅବକାରୀ ଜିନିଷ ର ଅବଶେଷ ସହିତ ମଦ ବୋତଲ ।
ସତ୍ୟବାଦୀ ପୋଲିସ ପକ୍ଷରୁ ବାରମ୍ବାର ଚଢ଼ାଉ କରି ନିଶା ବେପାରୀଙ୍କୁ ଧରାଯାଉଥିବା ରୁ ଦିନ ବେଳେ ଏଠାରେ ଶାନ୍ତ ପରିବେଶ ରାହୁଥିବାବେଳେ ରାତ୍ରିର ଅନ୍ଧାର ରେ ଚାଲୁଛି ନିଶା କାରବାର । ଦେଖିବାକୁ ମିଳେ ପ୍ରତି ବର୍ଷ ପଞ୍ଚସଖା ଙ୍କ ଜନ୍ମ ଦିନ ହେଉ କିମ୍ବା ଶ୍ରାଦ୍ଧ ଦିବସ ରେ ଦୀପ ଦାନ ଓ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଆସିଥାନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସମାଜସେବୀ । କିନ୍ତୁ ଦିନ ରେ ଆସି କାମ ସାରି ଯାଉଥିବାରୁ ସେମାନଙ୍କୁ ବି ବୋଧ ହୁଏ ଜଣାପଡେନି ଅନ୍ଧାର ରାତିର କଳା କାରନାମା ସମ୍ପର୍କରେ । ଏମିତି ଲାଗୁଚି ଯେମିତି ସ୍ୱାଧୀନତା ର ୭୯ ବର୍ଷ ପରେ ବି ସତ୍ୟବାଦୀ ର ବରପୁତ୍ର ପଞ୍ଚସଖା ଙ୍କ ପାଇଁ ସ୍ୱପ୍ନ ପାଲଟିଛି ବିଜୁଳି ଯୋଜନା ଆଉ ହୋଲ୍ଡର ଗୁଡିକ ଚାତକ ପରି ଚାହିଁ ବସି ରହିଛନ୍ତି ବିଜୁଳି ଯୋଜନାକୁ ।
ସରକାରଙ୍କ ବିଜୁଳି ଯୋଜନା ଏବଂ ସୋଲାର ଯୋଜନା ରେ ଜନତା ଲାଭ ଉଠାଉଥିବା ବେଳେ , ଏଠି ପର୍ଯ୍ୟଟନ ସ୍ଥଳ ପାଲଟିଥିବା ପଞ୍ଚସଖା ଙ୍କ ପ୍ରତିମୂର୍ତ୍ତି ସ୍ଥଳ ପାଇଁ ଏତେ କୋହଳ ମନୋଭାବ କଣ ପାଇଁ ତାହା ଏବେ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ କହିରଖୁଚୁ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିକୁ ଏତେ ଅବହେଳିତ ଅବସ୍ଥାରେ ବର୍ଷକ ଯାକ ପକେଇ ରଖୁଥିବା ଏ ମଣିଷ ମାନେ ଆସନ୍ତା ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସ ରେ ଏହି ସ୍ଥାନ କୁ ଆସି ସଫା କରି ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଫୋଟୋ ଉଠାଇ ବାହା ବାହା ନେବେ । ଅଗଷ୍ଟ ୧୪ ରେ ସଫା କରି ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଇଁ ଫୋଟୋ ଉଠାଇ ତା ପରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ ଭୁଲିଯିବା କଣ ମଣିଷ ପଣିଆ ନା ଏହା ହେଉଛି ମାନବିକତା ।











