ପୁରୀ: ବଡ଼ଦାଣ୍ଡ ସେବା ପକ୍ଷରୁ ପୁରୀର ବଡ଼ଦାଣ୍ଡରେ ‘ଶଙ୍ଖଧ୍ୱନି ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଡ଼ଦାଣ୍ଡରେ ଏକାଠି ମହାପ୍ରଭୁଙ୍କୁ ଦୀପ ପୋଜୁଳନ ଓ ଶଙ୍ଖ ପୂଜନ ହୋଇ, ଅନେକ ଶଙ୍ଖାଳିଙ୍କ ସମେତ ସ୍ଥାନୀୟ ଜନସାଧାରଣ ଏକସାଙ୍ଗରେ ଶଙ୍ଖ ବଜାଇଥିଲେ, ଯାହାଫଳରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ଓ ପ୍ରକମ୍ପିତ ପରିବେଶରେ ପୂର୍ଣ୍ଣ ହୋଇଯାଇଥିଲା। ଏହି ସେବା ୨୦୨୩ ଅଗଷ୍ଟ ୧ରେ “ବଡଦାଣ୍ଡ ସେବା” ପକ୍ଷରୁ ଆରମ୍ଭ ହୋଇଥିଲା,
ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ବିଶ୍ୱ ଶାନ୍ତି ଓ କଲ୍ୟାଣ କାମନା କରି ଏହି ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବଡ଼ଦାଣ୍ଡ ସେବାର ଏପରି ପ୍ରୟାସକୁ ସହରବାସୀ ଏବଂ ବିଭିନ୍ନ ବର୍ଗର ଲୋକ ପ୍ରଶଂସା କରିଛନ୍ତି।
,
ଅତିତି ଭାବେ ଯୋଦେଇଥିଲେ ବିଷ୍ଣୁଦତ୍ତ ଦାସ, “ବଡ଼ଦାଣ୍ଡ ସେବା” ପକ୍ଷରୁ ଅତିଥି ଙ୍କ ଦ୍ଵାରା ସମାଜସେବୀ ବିପ୍ଳବ କୁମାର ଦାସ ଙ୍କୁ ଶଙ୍ଖ ଧ୍ଵନି ଦିବସରେ ଶଙ୍ଖ ପ୍ରଦାନ କରାଯାଇଥିଲା । ବିଶିଷ୍ଟ୍ ଶଙ୍ଖ ବାଦକ ନାରାୟନ ରାୟ ସିଂ
ଅଶୋକ ବେହେର, ବିନାୟକ ରାୟ ସିଂ, ରାମଚନ୍ଦ୍ର ହାଲଦର , ଦିବାକର ବେହେରା ଜଗନ୍ନାଥ ସୁବୁଦ୍ଧି, ସୂର୍ଯ୍ୟକାନ୍ତ ନାୟକ, ଲକ୍ଷ୍ମୀପ୍ରିୟା ପାଢ଼ୀ, ପିଙ୍କି କିନ୍ନର, ସୁନୀଲ ମହାପାତ୍ର, ରୁଦ୍ର ନାରାୟଣ ସାହୁ, ମନୋଜ ସାହୁ ଯୋଗ ଦେଇଥିଲେ ଓ
ପରିଚାଳନା କରିଥିଲେ ଜଗନ୍ନାଥ ପାଢ଼ୀ ,
,
ପୁରୀ ବଡ଼ଦାଣ୍ଡରେ ‘ବଡ଼ଦାଣ୍ଡ ସେବା’ ପକ୍ଷରୁ ଆଧ୍ୟାତ୍ମିକ ପରିବେଶରେ ପାଳିତ ହେଲା ୩ ତମ’ ଶଙ୍ଖଧ୍ୱନି ଦିବସ’।











