ପୁରୀ, ୩ ଅଗଷ୍ଟ: ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଶେଷ ଭୋଟର ତାଲିକା ସଂଶୋଧନ (ସ୍ୱତନ୍ତ୍ର ସଘନ ପ୍ରକ୍ରିୟା) ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସୋମବାର ପୁରୀ ବାଙ୍କୀମୁହାଣ ନିକଟସ୍ଥ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ପୁରୀ ସଦର ବିଧାନସଭା କ୍ଷେତ୍ରର ସମସ୍ତ ବୁଥ ସ୍ତରୀୟ ପ୍ରତିନିଧି (ବିଏଲଏ)ମାନେ ଅଂଶଗ୍ରହଣ କରିଥିଲେ।
ଶିବିରରେ ଆଗାମୀ ଦିନରେ ପୁରୀ ସଦର ବିଧାନସଭା କ୍ଷେତ୍ରର ପ୍ରତ୍ୟେକ ବୁଥକୁ ସୁଦୃଢ଼ କରିବା ସହିତ ବିଶେଷ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା।
ପୁରୀ ଜିଲ୍ଲା କଂଗ୍ରେସ ସଭାପତି ତଥା ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲଏ-୧ ଶ୍ରୀ ରାଜେଶ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ପ୍ରଦେଶ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ବରିଷ୍ଠ ନେତା ଶ୍ରୀ ସତ୍ୟବ୍ରତ ପାତ୍ର (ରମୁ) ବୁଥ ସ୍ତରରେ ସଜାଗ ରହି ପ୍ରକୃତ ଭୋଟରଙ୍କ ନାମ ସଠିକ୍ ଭାବେ ପଞ୍ଜିକରଣ କରାଇବା ଏବଂ ସମଗ୍ର ପ୍ରକ୍ରିୟାରେ ସକ୍ରିୟ ଭୂମିକା ନେବା ପାଇଁ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ।
ଜିଲ୍ଲା ଉପସଭାପତି (ସଂଗଠନ) ଶ୍ରୀ ସୁକାନ୍ତ କୁମାର ପ୍ରଧାନ ସ୍ୱତନ୍ତ୍ର ସଘନ ପ୍ରକ୍ରିୟାର ବିଭିନ୍ନ ଦିଗ, ଏହାର ସମସ୍ୟା ଏବଂ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଉତ୍ତମ ଆଚାର୍ଯ୍ୟ ଓ ଜୟନାରାୟଣ ପଟ୍ଟନାୟକ, ନାରୀନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଜିଲ୍ଲା ମହିଳା ସଭାନେତ୍ରୀ ସରସ୍ୱତୀ ପାତ୍ର, ପୁଷ୍କର ମହାପାତ୍ର, ପ୍ରେମାନନ୍ଦ ମହାନ୍ତି, ନିରଞ୍ଜନ ରଥ, ସୁଜିତ ମହାପାତ୍ର, ଉମାପଦ ମିଶ୍ର, ଅମରେନ୍ଦ୍ର ପାଇକରାୟ, ବିଶ୍ୱରଞ୍ଜନ ସାମନ୍ତରାୟ, ଆର୍ତ୍ତତ୍ରାଣ ସାହୁ, ସସ୍ମିତା ସ୍ୱାଇଁ, ଅଶ୍ୱିନୀ ବଳବନ୍ତରାୟ, ସ୍ୱାଧୀନ ପଣ୍ଡା, ବିଶ୍ୱରଞ୍ଜନ ମହାପାତ୍ର, କପିଳ ପ୍ରସାଦ ଷଡ଼ଙ୍ଗୀ, ପ୍ରମୋଦ ପାଣ୍ଡୀ, ସୀତାକାନ୍ତ ମହାନ୍ତି, ଅମୀୟ ମହାପାତ୍ର, ଜ୍ୟୋତିରଞ୍ଜନ ମହାନ୍ତି, ଦେବାଶିଷ ଦଇତାପତି, ଅର୍ଜୁନ ସାହୁ, ରଜତ ସାହୁ, ପ୍ରକାଶ ପ୍ରଧାନ, ସୌମ୍ୟକାନ୍ତ ପ୍ରଧାନ, ଦୁର୍ଗା ସାମନ୍ତରାୟ, ରାଧାଶ୍ୟାମ ସାହୁ, ଉମାକାନ୍ତ ବେହେରା, ରସାନନ୍ଦ ବିଶୋଇ, ମମତା ସ୍ୱାଇଁ, ସଦାଶିବ ରାଉତ, ଆଶୁତୋଷ ମିଶ୍ର, ସୂର୍ଯ୍ୟ ପଣ୍ଡା, ଆଦର୍ଶ ମିଶ୍ରଙ୍କ ସମେତ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଏଲଏ-୨ ପ୍ରତିନିଧି ଉପସ୍ଥିତ ଥିଲେ।











