Home / ମୁଖ୍ୟ ଖବର / ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ।

ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ।

ନୟାଗଡ଼,ତା-୧.୮.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ବାଲୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିଶୁମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ଜ୍ଞାନବିଜ୍ଞାନ ମେଳା ଓ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି | ବିଜ୍ଞାନ ମେଳାରେ ୪୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା | ଏହି ବିଜ୍ଞାନମେଳାରେ ବିଚାରକ ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଓ ପ୍ରସନ୍ନ କୁମାର କୁଣ୍ଡ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ ଏବଂ କୁନିକୁନି ବୈଜ୍ଞାନିକମାନେ ଭବିଷ୍ୟତରେ ବୈଜ୍ଞାନିକ ହୋଇ ଦେଶ ଓ ଜାତିର ଗୌରବ ବୃଦ୍ଧି କରିବା ପାଇଁ

ପ୍ରେରଣା ଦେଇଥିଲେ | ବେଶଭୂଷା ପ୍ରତିଯୋଗିତାରେ ନିର୍ଣ୍ଣାୟକ ଭାବେ ବୀଣାପାଣି ଶିଶୁମନ୍ଦିର, ବଡ଼କୁଟୁଣୀର ସମ୍ପାଦକ ସୁଶାନ୍ତ କୁମାର ନାୟକ ଏବଂ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ଗୋତିସାହିର ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଯୋଗଦେଇ ମୂଲ୍ୟାଙ୍କନ କରିବା ସହିତ ଅଭିଭାବକମାନଙ୍କର ସହଯୋଗ ଯୋଗୁଁ ସାଧୁବାଦ ଜଣାଇଥିଲେ । ଗୁରୁଜୀ, ଗୁରୁମା ମାନଙ୍କର ସକ୍ରିୟ ସହଯୋଗ ଓ ଅଭିଭାବକମାନଙ୍କର ସଦିଚ୍ଛା ଫଳରେ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିବାରୁ ବିଦ୍ୟାଳୟର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply