Home / ମୁଖ୍ୟ ଖବର / ରଥଯାତ୍ରାରେ ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀ ସମ୍ମାନିତ

ରଥଯାତ୍ରାରେ ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀ ସମ୍ମାନିତ

ପୁରୀ-02/08/2026 – ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସ୍ୱଚ୍ଛ, ସୁନ୍ଦର ଓ ଭକ୍ତମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାରେ ଅକ୍ଳାନ୍ତ ପରିଶ୍ରମ କରିଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି।

ଏହି ଅବସରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ତଥା ଭାଜପା ଯୁବମୋର୍ଚ୍ଚା ମାଉସୀମା ମଣ୍ଡଳ ସଭାପତି ଶ୍ରୀ ଶିବନାରାୟଣ ଦାସ, ଭାଜପା ପୁରୀ ଜିଲ୍ଲା ସମ୍ପାଦକ ଶ୍ରୀ ଅନିଲ କୁମାର ସାହୁ ଏବଂ ଭାଜପା ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଶ୍ରୀ ମନୋଜ କୁମାର ବିଶୋଇ ସଫେଇ କର୍ମଚାରୀମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ରଥଯାତ୍ରାର ସଫଳ ପରିଚାଳନା ପଛରେ ସଫେଇ କର୍ମଚାରୀମାନଙ୍କ ନିଷ୍ଠା, ସେବାଭାବ ଓ ଅକ୍ଳାନ୍ତ ପରିଶ୍ରମ ଅତ୍ୟନ୍ତ ପ୍ରଶଂସନୀୟ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସତ୍ତ୍ୱେ ସେମାନେ ନିଜ କର୍ତ୍ତବ୍ୟକୁ ସଫଳତାର ସହିତ ପାଳନ କରି ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିଥିଲେ। ସେମାନଙ୍କ ଏହି ନିଃସ୍ୱାର୍ଥ ସେବା ସମାଜ ପାଇଁ ଏକ ପ୍ରେରଣା।

ଶେଷରେ ସମସ୍ତ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ପାଇଁ କୃତଜ୍ଞତା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ମଙ୍ଗଳ କାମନା କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply