Home / ମୁଖ୍ୟ ଖବର / ଦାନବୀର ବଡ଼େ ହରିହର ଗୁରୁଙ୍କ ୧0୨ ତମ ପୁଣ୍ୟ ତିଥି ସ୍ମୃତି ସମାରୋହ,

ଦାନବୀର ବଡ଼େ ହରିହର ଗୁରୁଙ୍କ ୧0୨ ତମ ପୁଣ୍ୟ ତିଥି ସ୍ମୃତି ସମାରୋହ,

ପୁରୀ, 4/08/2026- ଶ୍ରୀଜଗନ୍ନାଥଙ୍କ ଵିଧିବିଧାନ, ଉପାସନା ସମଗ୍ର ମାନବ ଜାତି ପାଇଁ କେବଳ ଆଧ୍ୟାତ୍ମିକ ଉପଚାର ନୁହେଁ, ବରଂ ବିଶ୍ୱରେ ଶାନ୍ତି, ମୈତ୍ରୀ ପାଇଁ ଏକମାତ୍ର ମାର୍ଗଦର୍ଶନକାରୀ ତତ୍ତ୍ୱ | ମାନବ ସେବା ହିଁ ମାଧବ ସେବା – ଏହି ବ୍ରତ ଧାରଣ କରି ପ୍ରଭୁଙ୍କ ସେବକଗଣ ଭକ୍ତଜନ ଙ୍କ ସେବାରେ ନିଜକୁ ସମର୍ପଣ କରି ପ୍ରଭୁଙ୍କ ଆଶିଷ ଲାଭ କରିଥାନ୍ତି | ଏହି ମହାନ ପରମ୍ପରାର ଅନନ୍ୟ ସର୍ବକାଳୀନ ଉଦାହରଣ ପୁଣ୍ୟାତ୍ମା ଦାନବୀର ବଡେ ହରିହର | ସେବା ହିଁ ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ତତ୍ତ୍ଵ। ଦାନବୀର ବଡ଼େ ହରିହର ସେହି ପବିତ୍ର ପରମ୍ପରାର ଶାଶ୍ୱତ ପ୍ରତିନିଧି ଓ ପ୍ରତୀକ। ଦାନବୀର ବଡ଼େ ହରିହର ଗୁରୁଙ୍କ ୧0୨ ତମ ପୁଣ୍ୟ ତିଥି ସ୍ମୃତି ସମାରୋହରେ ଅତିଥିମାନେ ଏହା କହିଛନ୍ତି । ବଡ଼ଦାଣ୍ଡ ସ୍ଥିତ ଗୁରୁ ଇଷ୍ଟେଟ ପରିସରରେ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ , ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଅତିଥି ଭାବେ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡ. କୈଳାସ ଚନ୍ଦ୍ର ଟିକାୟତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଚକ୍ରଧର ମହାପାତ୍ର ବିବରଣୀ ପାଠ କରିଥିଲେ। ଶ୍ରୀଜଗନ୍ନାଥ ବୈଦିକ ଶିକ୍ଷାନୁଷ୍ଠାନ ସଦସ୍ୟଙ୍କ ଦ୍ଵାରା ବେଦପାଠ କରାଯାଇଥିଲା। ବରିଷ୍ଠ ସେବାୟତ ଭାଗିରଥି ପୂଜାପଣ୍ଡା ସାମନ୍ତ, ବରିଷ୍ଠ ସେବାୟତ କଳିଯୁଗ ନାରାୟଣ ପ୍ରତିହାରୀ , ସେବାୟତ ହଳଧର ଦାସ ମହାପାତ୍ର , ସଙ୍ଗୀତଜ୍ଞ ଗଦାଧର ଖୁଣ୍ଟିଆ , ସଙ୍ଗୀତଜ୍ଞ ପ୍ରକାଶ କୁମାର ରଥ ,ସଂଗୀତଜ୍ଞ ସବିତା ମିଶ୍ର, ଯୋଗଗୁରୁ ଜମେଶ୍ୱର ଖୁଣ୍ଟିଆ ଏବଂ ସଂସ୍କୃତ ଭାଷା ସାହିତ୍ୟର କୃତି ଛାତ୍ରୀ ସୁଶ୍ରୀ ବିଶ୍ୱକଳ୍ପିତା ସାହୁ ପ୍ରମୁଖଙ୍କୁ ପ୍ରତିଭା ସମ୍ମାନ-2026ରେ ସମ୍ମାନିତ କରାଯାଇଥିଲା। ଆବାହକ ସତ୍ୟନାରାୟଣ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ | ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ। ସମବେତ କଣ୍ଠରେ ଶ୍ରୀ ଗୀତଗୋବିନ୍ଦ, ମାଳଶ୍ରୀ, ବାଦ୍ୟ ବିଚିତ୍ରା, ପାରମ୍ପରିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ‘ସିଦ୍ଧ ମହାବୀର ସଂଗୀତ ପରିଷଦ’ ପକ୍ଷରୁ ଶ୍ରୀମଦ ବଲ୍ଲଭାଚାର୍ଯ୍ୟଙ୍କ କୃତ ‘ମଧୁରାଷ୍ଟକମ’ ସମବେତ କଣ୍ଠରେ ପରିବେଷଣ କରାଯାଇଥିଲା | କଣ୍ଠଶିଳ୍ପୀ ରୂପକ ପରିଡା,ସତ୍ୟପ୍ରିୟ ମହାପାତ୍ର, ଅଞ୍ଜଳି ମିଶ୍ର, ସୁଭଦ୍ରା ସିଂ, ଶଙ୍ଖ ମିତ୍ର ସିଂହାରି,ରଶ୍ମିତା ଦାଶ,ଶାଶ୍ଵତୀ ଦାଶ,ଶତ୍ରୁଘ୍ନ ନାୟକ, ପ୍ରଯୁକ୍ତା ପାରମିତା,ଦେବସ୍ମିତା ମହାନ୍ତି, ପ୍ରଜ୍ଞା ପାରମିତା ମିଶ୍ର ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ |

ସୋମନାଥ ଗୁରୁ, ବିମଳେନ୍ଦୁ ଦାଶ, ଶାଶ୍ୱତ ତ୍ରିପାଠୀ,ପ୍ରେମନାଥ ଗୁରୁ, ଅମରନାଥ ଗୁରୁ, ହରିହର ଗୁରୁ, ରମେଶ ଚନ୍ଦ୍ର ସାହୁ, ପ୍ରଭାତ କୁମାର ମହାନ୍ତି ଏବଂ ଗୁରୁ ଇଷ୍ଟେଟ ପରିବାର ପରିଚାଳନାରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply