କାକଟପୁର ତା ୨0/୧୨,( ତୁଷାର ଦୀକ୍ଷିତ ) ଆଜି କାକଟପୁର ବାସିନୀ ମା ମଙ୍ଗଳା ମନ୍ଦିରରେ ଥିବା ୨ ଗୋଟି ହୁଣ୍ଡୀ ରୁ ଗୋଟିଏ ହୁଣ୍ଡୀ କାଲି ଗଣା ଯାଇ ବ୍ୟାଙ୍କ ରେ ମନ୍ଦିର ଆକାଉଣ୍ଟ ରେ ଡିପୋଜିଟ କରା ଯାଇଥିବା ବେଳେ ଆଜି ଟ୍ରଷ୍ଟ ବୋର୍ଡ ସଭାପତି ତଥା ତହସିଲଦାର ଅଙ୍କିତା ଅନିନ୍ଦିତା, କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, କୋଷାଧକ୍ଷ ପ୍ରଭାତ କୁମାର ସିଂ, ବାପୁଜୀ ଦାସ, ରାଜା ସିଂ ଏହି ଗଣତି ସମୟରେ ଉପସ୍ଥିତ ରହିଥିଲେ , ସ୍ଥାନୀୟ ୟୁକୋ ବ୍ୟାଙ୍କର କୋଷାଧକ୍ଷ ଦିଲ୍ଲୀପ କୁମାର l

ସଂଗ୍ରହ କରାଯାଇଥିବା ସମସ୍ତ ଟଙ୍କା ସ୍ଥାନୀୟ ୟୁକୋ ବ୍ୟାଙ୍କ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଜମା ଖାତାରେ ଜମା କରାଯାଇଥିଲା l ଭକ୍ତଙ୍କ ଏହି ଦାନ ଅର୍ଥ ମଙ୍ଗଳା ମନ୍ଦିର ର ଆଭ୍ୟନ୍ତରୀଣ ଉନ୍ନତି ପାଇଁ ବିନିଯୋଗ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି l











