Home / ମୁଖ୍ୟ ଖବର / ଖଣ୍ଡପଡ଼ା ସହରରେ ଆରତୀ ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

ଖଣ୍ଡପଡ଼ା ସହରରେ ଆରତୀ ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

ନୟାଗଡ଼,ତା-୧୨.୮.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ସ୍ବାଧୀନ ଚିନ୍ତାଧାରା, ଦେଶପ୍ରେମ ଓ ଜାତି ପ୍ରେମକୁ ଉଜ୍ଜୀବିତ କରିବାର ଲକ୍ଷ୍ଯ ନେଇ ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରୁ ସମଗ୍ର ଦେଶ ସାରା ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇ ଆସୁଛି। ଏହି କ୍ରମରେ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ୨୦୦ ଫୁଟ ଲମ୍ବର ଏକ ତ୍ରିରଙ୍ଗା ପତାକା ଶୋଭାଯାତ୍ରାରେ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ

ରଥଗଡା ଛକରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଦେଶାତ୍ମବୋଧକ ନାରା ଦେଇ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ, ମହିଳା ମହାବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ, ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ,ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନ,ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର,ଖଣ୍ଡପଡା ତହସିଲଦାର ବିଶ୍ବବିଶୃତ ତ୍ରିପାଠୀ,ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ଓ୍ବାର୍ଡର କାଉନସିଲର ମାନେ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଖଣ୍ଡପଡ଼ା ଯୁବକ ସଂଘର ସଦସ୍ଯମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply