Home / ମୁଖ୍ୟ ଖବର / ହାଲଦ୍ୱାନି ଜାତିଭେଦ ଅସ୍ପୃଶ୍ୟତା ଘଟଣା ବିରୋଧରେ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ସତ୍ୟାଗ୍ରହ ।

ହାଲଦ୍ୱାନି ଜାତିଭେଦ ଅସ୍ପୃଶ୍ୟତା ଘଟଣା ବିରୋଧରେ କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ସତ୍ୟାଗ୍ରହ ।

ନୟାଗଡ଼,ତା-୧୪.୮.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଏଆଇସିସିର ଆହ୍ୱାନ କ୍ରମେ ସମଗ୍ର ଦେଶରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ବାପୁଙ୍କ ପ୍ରତିମୂର୍ତ୍ତୀ ପାଖରେ ବିଜେପି-ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ବିଭେଦ ଏବଂ ଅସ୍ପୃଶ୍ୟତା ରାଜନୀତି ବିରୁଦ୍ଧରେ ସତ୍ୟାଗ୍ରହ ପରିପ୍ରେକ୍ଷୀରେ ସ୍ଥାନୀୟ ତ୍ରିନାଥ ଛକ ଗାନ୍ଧୀଙ୍କ ଶାନ୍ତିସ୍ଥଳ ଠାରେ ବାପୁଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସ ସିପାହୀ ମାନଙ୍କ ଦ୍ୱାରା ସତ୍ୟାଗ୍ରହ କରାଯାଇଛି l


ଦେଶ ରାଜନୀତିରେ ପ୍ରମୁଖ ଦଳିତ ଚେହେରା କଂଗ୍ରେସ ସଭାପତି ତଥା ରାଜ୍ୟସଭା ବିରୋଧୀ ଦଳ ନେତା ଶ୍ରୀ ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ସଭା ସାରିବା ପରେ ସଭାସ୍ଥଳକୁ ବିଜେପି-ଆରଏସଏସ-ଭିଏଚପି କାର୍ଯ୍ୟକର୍ତ୍ତା ମାନେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧି କରାଇ ଥିବା ପ୍ରତିବାଦରେ ବିଜେପି ସରକାର ବିରୋଧରେ ସତ୍ୟାଗ୍ରହ କରାଯାଇଥିଲା l
ଉତ୍ତରାଖଣ୍ଡ ରାଜ୍ୟ ହାଲଦ୍ୱାନି ସହରରେ ସମାନତା ଏବଂ ସାମାଜିକ ନ୍ୟାୟ ଏବଂ ମାନବୀୟ ମର୍ଯ୍ୟାଦା ପ୍ରତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଅପମାନ ଭଳି ବିଭେଦକାରୀ ମାନଙ୍କ ବିରୁଦ୍ଧରେ ଏବଂ ଶ୍ରୀ ମଲ୍ଲୀକାର୍ଜୁନ ଖଡ଼ଗେ ଜୀଙ୍କ ସମ୍ମାନ ସମର୍ଥନରେ ଅପରାହ୍ନ ସାଢେ଼ ପାଞ୍ଚ ଘଟିକା ସମୟରେ ନୟାଗଡ ତ୍ରିନାଥ ଛକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ କଂଗ୍ରେସ ସିପାହୀ ସମବେତ ହୋଇ ଅହିଂସା-ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଡିସିସି ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ, ବରିଷ୍ଠ ନେତା କମଳ ଚରଣ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାନ୍ତ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ହାସିମ ଖାନ୍, ଡିସିସି ସାଧାରଣ ସମ୍ପାଦକ କୂଳେଶ ଚନ୍ଦ୍ର ମହାନ୍ତି, ଜୋନ କଂଗ୍ରେସ ସଭାପତି ପ୍ରମୋଦ କୁମାର ନାୟକ, ପ୍ରହଲ୍ଲାଦ ପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଡିସିସି ଅନୁସୂଚିତ ଜାତି ସଭାପତି ଜିତେନ୍ଦ୍ର ଦଳେଇ, ଛାତ୍ରନେତା ଓମପ୍ରକାଶ ପ୍ରଧାନ, ସୁରେନ୍ଦ୍ର ଦଳେଇ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply