Home / ମୁଖ୍ୟ ଖବର / ନୟାଗଡ଼ର ପଠାଣି ସାମନ୍ତ କଲେଜ ଅଫ ନର୍ସିଂରେ ୮୦ତମ ସ୍ବାଧିନତା ଦିବସ ପାଳିତ ।

ନୟାଗଡ଼ର ପଠାଣି ସାମନ୍ତ କଲେଜ ଅଫ ନର୍ସିଂରେ ୮୦ତମ ସ୍ବାଧିନତା ଦିବସ ପାଳିତ ।

ନୟାଗଡ,ତା-୧୫.୮.୨୬ରିଖ- ଭାସ୍କର ଚନ୍ଦ୍ର ସ୍ବାଇଁ ରିପୋର୍ଟ – ନୟାଗଡର ପଠାଣି ସାମନ୍ତ କଲେଜ ଅଫ ନର୍ସିଂ ପରିସରରେ ୮୦ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ଏହି ପବିତ୍ର ମୁହୂର୍ତ୍ତରେ ମୁଖ୍ୟ ଅତିଥି ଭାବେ ରଶ୍ମି ରଞ୍ଜନ ମହାପାତ୍ର ,ସମ୍ପାଦକ ପଠାଣି ସାମନ୍ତ କଲେଜ ଅଫ ନର୍ସିଂର ଯୋଗ ଦେଇ ୮୦ତମ ସ୍ବାଧିନତା ଦିବସର ଅନୁଚିନ୍ତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ପବିତ୍ର ଦିବସରେ ଛାତ୍ରଛାତ୍ରୀ ମାନେ ଏକ ଦୃଢ଼ ସଂକଳ୍ପର ସହ ସେମାନଙ୍କର ପାଠ ପଢା ଉପରେ ଗୁରୁତ୍ବ ଦେବା ପାଇଁ ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ ।

ଏହି ଅବସରରେ ଛାତ୍ରୀମାନେ ଏକ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସମେତ ବହୁ ସାମ୍ବାଦିକ ଏବଂ କିଛି ପ୍ରମୁଖ ବ୍ୟକ୍ତିତ୍ୱ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।ଶୁଭମ୍ ସୁଜ୍ଞାନ ସାମନ୍ତରାୟ କଲେଜର ଚେୟାରମ୍ୟାନ ଏହାକୁ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply