ପୁରୀ : ପୁରୀ ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ବର୍ଷା ନୃତ୍ୟ ଓ ସଙ୍ଗୀତ ମସୋତ୍ସବ ଓ ଓ ମେଘ ମଲ୍ଲହର ସମ୍ମାନ ୨୦୨୬ ପୁରୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ ଓ ସଙ୍ଗୀତ କୁ ପ୍ରୋତ୍ସାହିତ କରିବା ନିମନ୍ତେ ଯୁବପିଢୀର କଳାକାର ମାନଙ୍କୁ ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଓଡ଼ିଶା ର ସଂସ୍କୃତି ଓ କଳା ର ପ୍ରଚାର ପ୍ରସାର ନିମନ୍ତେ ଏହା ଏକ ମାଧ୍ୟମ। ଏହି ମହାନ କାର୍ଯ୍ୟକର୍ମ ଆନୁଷ୍ଠାନିକ ଭାବେ ଦୁଇଟି ପର୍ଯ୍ୟାୟରେ ସମାପିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ନୃତ୍ୟ ଗୁରୁ ଶ୍ରୀ ମାଧବ ଚନ୍ଦ୍ର ପଲ୍ଲେଇ, ଜୈବ ସାର ପ୍ରଶିକ୍ଷକ ଶ୍ରୀ ସମୀର କୁମାର ବାରିକ, ସମାଜ ସେବକ ଶ୍ରୀ ଦେବଦତ୍ତ ଷଡ଼ଙ୍ଗୀ ଉପସ୍ଥିତ ରହିଁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଓଡ଼ିଶାତ୍ ବିଭିନ୍ନ ପ୍ରାନ୍ତରୁ ନୃତ୍ୟଶିଳ୍ପୀ ମାନେ ମେଘ ମଲ୍ଲହର ସମ୍ମାନ ୨୦୨୬ ରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗୀ ଏବଂ ସେମାନଙ୍କ ଗୁରୁ ମାନଙ୍କୁ ଅନୁଷ୍ଠାନ ତରଫରୁ ଟ୍ରଫି, ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟର ଅଧିବେଶନ ସନ୍ଧ୍ୟା ୭:୦୦ ଘଣ୍ଟିକା ସମୟରେ ଆରମ୍ଭ ହୋଇଥିଲା । ସମ୍ମାନିତ ଅତିଥି ରୂପେ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀ ମଧୁସୂଦନ ସିଂହାରୀ, ସମାଜ ସେବୀ ତଥା ଲତା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀମତି ଲତା ଦାସ, ସମାଜ ସେବୀ ଶ୍ରୀମତି ସୁପ୍ରିତି ରଥ ଏବଂ ଶ୍ରୀମତି ସ୍ଵାଧୀନ ଦାସ ମଞ୍ଚାସିନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୀ ଡ୍ୟାନ୍ସ ଏକାଡେମୀର ବରିଷ୍ଠ କଳାକାର ମାନଙ୍କ ଦ୍ୱାରା ଶିବ ବନ୍ଦନା, ଖ ଚମ୍ପୁ , ପଲ୍ଲବୀ , ଏବଂ ସମ୍ବଲପୁରୀ ଆଦି ଅନେକ ନୃତ୍ୟ ପରିବେସଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ନାରାୟଣଙ୍କ ପାଣ୍ଡେ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଏବଂ ଚତ୍ର ଛାତ୍ରୀ ମାନେ ସହଯୋଗ କରି ଥିଲେ।
ଜାତୀୟ ବର୍ଷା ନୃତ୍ୟ ଓ ସଙ୍ଗୀତ ମସୋତ୍ସବ ଓ ମେଘ ମଲ୍ଲହର ସମ୍ମାନ ୨୦୨୬











