Home / ମୁଖ୍ୟ ଖବର / ସାତ ଆସନ ଗିରିଧାରୀ ମଠ ଝୁଲଣ

ସାତ ଆସନ ଗିରିଧାରୀ ମଠ ଝୁଲଣ

ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଐତିହାସିକ ମଠ ସାତ ଆସନ ଗିରିଧାରୀ ମଠରେ ଆରମ୍ଭ ହୋଇଛି ପଵିତ୍ର ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଉତ୍ସବରେ ଦୋଳି ଖେଳୁଛନ୍ତି ରସରାଜ ଶ୍ରୀକୃଷ୍ଣ ଓ ରାସେଶ୍ୱରୀ ଶ୍ରୀ ରାଧାରାଣୀ। ଝୁଲଣ ଉତ୍ସବ ର ଅନନ୍ୟ ପର୍ଵ ପାଲିତ ହେଉଛି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଏହି ଐତିହାସିକ ଧାର୍ମିକ ପୀଠରେ।

ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ। ଭଜନ, କୀର୍ତ୍ତନରେ ଗୁଞ୍ଜରିତ ହେଊଛି ମଠ ପରିସର।
ସାତ ଆସନ ଗିରିଧାରୀ ମଠ ଓଡ଼ିଶାର ପୁରୀ ସହରରେ ଅବସ୍ଥିତ ଏକ ପ୍ରାଚୀନ ଓ ଐତିହାସିକ ବୈଷ୍ଣବ ମଠ। ଏହା ପୁରୀ ସହରର ଶଙ୍କରାଚାର୍ଯ୍ୟ ମଠ ନିକଟ ସାତ ଆସନ ଲେନ୍ ନିକଟରେ ଅବସ୍ଥିତ। ଧାର୍ମିକ ଓ ଐତିହାସିକ ପୃଷ୍ଠଭୂମିକୁ ଦେଖିଲେ ଏହି ମଠ ଏବଂ ଏହାର ଅନ୍ତର୍ଗତ ଗିରିଧାରୀ ଆସନ, ପୁରୀରେ ହରିକଥା ପ୍ରଚାର, ଭକ୍ତି ସାଧନା ଏବଂ ବୈଷ୍ଣବ ଧର୍ମଧାରା ସହିତ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ଆସିଛି। ମଠ ପରମ୍ପରାରେ ‘ଆସନ’ କହିଲେ କ୍ଷୁଦ୍ର ମଠ ବା ସାଧୁସନ୍ନ୍ୟାସୀଙ୍କର ଆଶ୍ରମକୁ ବୁଝାଏ, ଯେଉଁଠାରେ ଇଷ୍ଟଦେବଙ୍କ ସେବାପୂଜା କରାଯାଇଥାଏ। ଯାହା ଭକ୍ତମାନଙ୍କ ପାଇଁ ଏକ ପ୍ରମୁଖ ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ର। ପଞ୍ଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏହି ସ୍ଥାନରେ ପଣ୍ଡିତ ଜଗଦାନନ୍ଦ ଙ୍କ ଦ୍ବାରା ତୈଳ ହାଣ୍ଡି ଭଙ୍ଗ କରିଥଲେ। ଆଜିବି ମଠରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ସେବିତ ବିଗ୍ରହ ଶ୍ରୀ ଗିରିଧାରୀ ପୁଜା ପାଉଛନ୍ତି। ଯାହାଙ୍କ ଝୁଲଣ ଉତ୍ସବ ଦେଖିବକୁ ଵିଶେଷ ଭାବରେ ବଙ୍ଗବାସୀ ଆସିଥାନ୍ତି।

ମଠ ସଂସ୍କୃତିକୁ ନେଇ ସମୃଦ୍ଧ ଶ୍ରୀକ୍ଷେତ୍ର, ଝୁଲଣ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛିି। ଝୁଲଣ କୁଞ୍ଜ ପରିସରକୁ ଜରି ଜମ୍ବୁରାରେ ଆକର୍ଷଣୀୟ ଭାବେ ସଜେଇ ଦିଆଯାଇଛିି। ଏଥିସହ ବିଭିନ୍ନ ପ୍ରକାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ଝୁଲଣ କୁଞ୍ଜ । ଏହି ସୁସଜ୍ଜିତ କୁଞ୍ଜରେ ଗୋପୀମାନଙ୍କ ଗହଣରେ ଶ୍ରୀରାଧାକୃଷ୍ଣ ଦୋଳିରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।
ସନ୍ଧ୍ୟାରେ ଝୁଲଣ ମଣ୍ଡପ ରେ ଆୟୋଜିତ ହେଉଛି ସାଂସ୍କୃତିକ ସନ୍ଧ୍ୟା। ଅଧ୍ୟାତ୍ମିକ ଭାବ ସମ୍ଭଳିତ ରାସ ନୃତ୍ୟରେ ମୁଖରିତ ହେଉଛି ମଠ ପରିସର।
ରଣବେରଙ୍ଗର ଆଲୋକମାଳାରେ ସଜେଇ ହୋଇଚ୍ଛି ଝୁଲଣ କୁଞ୍ଜ। ଶ୍ରୀ ରାଧାଗିରିଧାରୀ ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଅନେକ ଭକ୍ତ ରୁଣ୍ଡ ହେଉଛନ୍ତି ଏହି ପୀଠରେ। ସୁନ୍ଦର ପାରମ୍ପାରିକ ସାଜ ସଜ୍ଜାରେ ସଜେଇ ହୋଇଛି ଝୁଲଣ ମଣ୍ଡପ। ଯାହା ଭକ୍ତ ମାନଙ୍କୁ ଆକର୍ଷିତ କରୁଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply