ନୟାଗଡ,ତା-୨୭.୮.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନିକଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ରାଜ୍ୟ ସଂଖ୍ୟା ଲଘୁ ସେଲ ର ସାଙ୍ଗଠନିକ ସଭାପତି, କାର୍ଯ୍ୟକାରୀ ସଭାପତି, ପରାମର୍ଶଦାତା, ବରିଷ୍ଠ ସାଧାରଣ ସମ୍ପାଦକ, ସମ୍ପାଦକ ଓ ସାଧାରଣ ସମ୍ପlଦକ ଆଦି କାର୍ଯ୍ୟକାରିଣୀ କମିଟି ନିଯୁକ୍ତି କରିଛନ୍ତି l ସଂଖ୍ୟାଲଘୁ ସେଲର ୨୦୦ରୁ ଉର୍ଦ୍ଧ ନେତା ନେତ୍ରୀ ମାନଙ୍କୁ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ପଟ୍ଟନାୟକ ନିଯୁକ୍ତି କରିଥିଲାବେଳେ ନୟାଗଡ ଜିଲ୍ଲା ସଂଖ୍ୟାଲଘୁ ସେଲ ପ୍ରାନ୍ତୀୟ ଶାଖା କର୍ମକର୍ତ୍ତା ଭାବେ ଗୋଲାବ ଖାନ (ଟୁନା ବାବୁ)ଙ୍କୁ ଉପସଭାପତି ପଦ ଦାୟିତ୍ୱ ଦିଆଯାଇଛି l ସେ ନୟାଗଡ଼ ସଦର ଉପକଣ୍ଠ ସିନ୍ଦୁରିଆ ଗ୍ରାମର ଜଣେ ଅଭିଜ୍ଞ ରାଜନୈତିକ ମଙ୍ଗୁଆଳ ଓ ବିଜେଡି ସଂଖ୍ୟାଲଘୁ ସେଲର ଆଗ ଧାଡିର ନେତା ଭାବେ ଜଣାଶୁଣା ଅଟନ୍ତି l ପୂର୍ବରୁ ଜନତାଦଳ ଏବଂ ପରବର୍ତ୍ତୀ ବିଜୁ ଜନତା ଦଳର ଦୀର୍ଘ ୩୦ବର୍ଷ ଧରି ଜଣେ ସମର୍ପିତ ସଂଗଠକ ଭାବେ କାର୍ଯ୍ୟ କରିଥିବାରୁ ବିଜେଡି ଦଳ ର ଆସ୍ଥା ଭାଜନ ହୋଇଛନ୍ତି l

ବିଭିନ୍ନ ଅନୁଷ୍ଠାନରେ ସେ ଦକ୍ଷତା ର ସହିତ କାର୍ଯ୍ୟଭାର ତୁଲାଇଛନ୍ତି l ୫ବର୍ଷ ଧରି ସିନ୍ଦୁରିଆ ମାଇନର ସ୍କୁଲର ଭିଇସି କମିଟିର ସଭାପତି, ଦୀର୍ଘ ୧୪ବର୍ଷ ଧରି ସିନ୍ଦୁରିଆ ଛୋଟି ମସଜିଦ କମିଟିର ସଭାପତି ପଦ ଏବଂ ବର୍ତ୍ତମାନ ସ୍ଥାନୀୟ ନେତାଜୀ କ୍ଲବର ସଭାପତି ଭାବେ ଦାୟିତ୍ୱ ସମ୍ପାଦନ କରି ଆସୁଛନ୍ତି l ଏହି ଭଳି ବହୁମୁଖୀ ସାଙ୍ଗଠନିକ ଦାୟିତ୍ୱ ସହ ବିଜେଡି ଦଳର ଉପସଭାପତି ପଦକୁ ସୁନିୟନ୍ତ୍ରିତ କରି ଲୋକଙ୍କ ସେବା ଓ ସୁଖ ଦୁଃଖରେ ଭାଗୀ ହେବେ ବୋଲି ସେ ବେଶ ଉତ୍ସାହର ସହିତ ମତବ୍ୟକ୍ତି କରିଛନ୍ତି । ଗୋଲାବ ଖାନ ଉପସଭାପତି ପଦ ପାଇବା ପରେ ସ୍ଥାନୀୟ ଅଂଚଳରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।ଏଥିପାଇଁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳ ପାଖରେ ଚିର ଋଣି ବୋଲି ପ୍ରତିକ୍ରିୟା ରଖିଛନ୍ତି।ଏଥିପାଇଁ ଗୋଲାବ ଖାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l











