ପୁରୀ, : ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଛି। ଟ୍ରଷ୍ଟର ଅଧ୍ୟକ୍ଷା ତଥା ଜିଲ୍ଲା ବିଜେପି ଉପ ସଭାପତି ରଂଜିତା ପାଢ଼ୀ ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ତରାଇ, ବିଜେପିର ବିରଷ୍ଠ ନେତା ତଥା ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କ ସମେତ ପ୍ରଶାସନିକ ଅଧିକାରୀ, ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ରାକ୍ଷୀ ବାନ୍ଧି ରାଷ୍ଟ୍ର ଗଠନ ଓ ମହିଳାଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଏଥିସହ ଗୋଶାଳା ଯାଇ ଗୋ ସେବା କରିଥିଲେ। ଗୋଶାଳାରେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବିଜେପି ଜିଲ୍ଲା ସମ୍ପାଦକ ଅନିଲ ସାହୁ, ମାଉସୀମା ମଣ୍ଡଳ ସଭାପତି ଅଜୟ କୁମାର ଦାସ, ମାଉସୀ ମା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶିବ ନାରୟଣ ଦାସ, ଯୁବ ମୋର୍ଚ୍ଚାର ମନୋଜ ବିଷୋୟୀ, ଅନିତା ପଟ୍ଟନାୟକ, ଶର୍ମିଷ୍ଠା ଦିକ୍ଷୀତ ଓ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ସାମିଲ ହେଶଇ ରାକ୍ଷୀ ବାନ୍ଧିଥିଲେ।
ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ରକ୍ଷା ବନ୍ଧନ-ରାକ୍ଷୀ ବାନ୍ଧି ରାଷ୍ଟ୍ର ଗଠନର ସଂକଳ୍ପ କରାଇଲେ











