ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରରେ ରକ୍ଷାବନ୍ଧନ ଉତ୍ସବ ରାକ୍ଷୀ ବାନ୍ଧିଲେ ଜାପାନୀ ମହିଳା ପୁରୀ: ସମ୍ପର୍କର ପବିତ୍ର ବନ୍ଧନ ରକ୍ଷା ବନ୍ଧନ। ପୁରପଲ୍ଲୀରେ ବେଶ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି। ଭାଈ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିଛି ଭଉଣୀ। ଅପରପକ୍ଷରେ ଭଉଣୀକୁ ସୁରକ୍ଷା ଦେବାରେ ଏହି ରାକ୍ଷୀ ପୂର୍ଣ୍ଣିମା ପର୍ବ ସ୍ଥାନୀୟ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରରେ ମଧ୍ୟ ପାଳିତ ହୋଇଯାଇଛି। ଜାପାନ ମହିଳାମା ନେ ସେଣ୍ଟରରେ ଥିବା ଶ୍ରୀଜୀଉଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ପୂଜାର୍ଚ୍ଚନା କରିଥିଲେ। ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ସମେତ ଅନ୍ୟ ସଦସ୍ୟଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ଶ୍ରୀ ଦାଶ ବିଦେଶୀ ମହିଳାମାନଙ୍କୁ ଓଡ଼ିଆ ପର୍ବ ରକ୍ଷାବନ୍ଧ ନ ପରମ୍ପରା ସଂପର୍କରେ ଜାପାନୀ ଭାଷାରେ ଅନୁବାଦ କରି ସେମାନଙ୍କୁ ଅବଗତ କରାଇଥିଲେ। ଏହି ପର୍ବ ପଛରେ ଥିବା ଭାଇ ଓ ଭଉଣୀଙ୍କ ସ୍ନେହ ଓ ଭଲପାଇବା ଶୁଣିବା ପରେ ସେମାନେ ଖୁସି ହୋଇଥିଲେ । ଏହି ଅବସରରେ କେବଳ ଯେ, ରାକ୍ଷୀ ବନ୍ଧନ ନୁହେଁ, ଓଡ଼ିଆଙ୍କର ବିଭିନ୍ନ ପର୍ବ ପର୍ବାଣୀରେ ଜାପାନୀ ପର୍ଯ୍ୟଟକ ମାନେ ସାମିଲ୍ ହୋଇ ପର୍ବକୁ ପାଳନ କରିଥାନ୍ତି। ଏହାଦ୍ୱାରା ଓଡ଼ିଶାର କଳା ଓ ସଂସ୍କୃତି ଏଵଂ ପଯ୍ୟଟନର ପ୍ରଚାର ଓପ୍ରସାର ହୋଇପାରିବ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି।
ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରରେ ରକ୍ଷାବନ୍ଧନ











