Home / ସାମାଜିକ / ଫାଶି କାଠ ଦେଇ ଗଜପତି ମହାରାଜାଙ୍କ ଠାରୁ ସମ୍ବର୍ଦ୍ଧିତ

ଫାଶି କାଠ ଦେଇ ଗଜପତି ମହାରାଜାଙ୍କ ଠାରୁ ସମ୍ବର୍ଦ୍ଧିତ

portalnewsthumbnail

ନୟାଗଡ଼:୧୮/୦୩/୨୦୨୫ – (ଭାସ୍କର ଚନ୍ଦ୍ର ସ୍ୱାଇଁ ) ନୟାଗଡ଼ ଶ୍ରୀମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ରଥ ନିର୍ମାଣ ନିମନ୍ତେ ଫାଶି କାଠ ଦାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ରଥ ନିର୍ମାଣ ପାଇଁ ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ସିପାହୀ ଅଶୃଢିପା ଗ୍ରାମର ପଙ୍କଜ କୁମାର ଗୌଡୁ ଫାଶି କାଠ ଦାନ କରିଥିଲେ । ଏଥି ନିମନ୍ତେ ତାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ ଓ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ପଙ୍କଜଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀକ୍ଷେତ୍ର ରଥଯାତ୍ରା ପୃଥିବୀ ପ୍ରସିଦ୍ଧ । ଏହି ମହାନ ଯାତ୍ରାରେ ଅସଂଖ୍ୟ ଭକ୍ତ ଭକ୍ତିପୂର୍ଣ୍ଣ ହୃଦୟରେ ରଥାରୁଢ଼ ଚତୁର୍ଦ୍ଧା ଦାରୁ ବିଗ୍ରହକୁ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିଥାନ୍ତି । ଫାଶି କାଠ ପ୍ରଦାନ କରି ମହନୀୟ କାର୍ଯ୍ୟ କରିଥିବାରୁ ପଙ୍କଜଙ୍କୁ ଓ ବହୁ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

SPREAD YOUR LOVE WITH YOUR FRIENDS AND FAMILY