Home / ମୁଖ୍ୟ ଖବର / ସ୍ବେଛାସେବୀ ସଂଗଠନ “ସୋହମ୍” ତରଫରୁ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ।

ସ୍ବେଛାସେବୀ ସଂଗଠନ “ସୋହମ୍” ତରଫରୁ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ।

ନୟାଗଡ , ତା-୧୩.୧୦.୨୬ରିଖ
ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ।

ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” , ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ ” ନୂଆଗାଁ ମାଧ୍ୟମିକ ବିଦ୍ୟାଳୟ , ନୂଆଗାଁ ଠାରେ “ସୋହମ୍” ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ , ବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଆଶିଷ କୁମାର ପ୍ରଧାନ , ଶ୍ରୀ ହୃଦୟଜ୍ୟୋତି ପ୍ରକାଶ , ଶ୍ରୀ ପ୍ରଦୀପ କୁମାର ଖଣ୍ଡୁଆଳ, କର୍ମଚାରୀ ଶ୍ରୀ ଆଶିଷ କୁମାର ନାୟକ , ଲିପ୍ସା ରାଣୀ

ସିଠଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବରେଣ୍ୟ ଅତିଥି ବିପର୍ଯ୍ୟୟର ଭୟାଭୟ ସହ ଏହାର ପ୍ରକାର ଭେଦ , ପରିଚାଳନା ଓ ପ୍ରଶମନରେ ଯୁବକ ମାନଙ୍କର ଭୂମିକା ଉପରେ ବିଶେଷ ଭାବେ ଆଲୋଚନା କରିଥଲେ l ତତ୍ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply