ନୟାଗଡ଼,ତା-୧୩.୧୦.୨୬ରିଖ
ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ।
ନୟାଗଡ଼ ବ୍ଲକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପୌରପରିଷଦ ଅଧ୍ୟକ୍ଷl ନିରୂପମା ଖଟେଇ , ବିଡ଼ିଓ ଐଶ୍ୱର୍ଯ୍ୟା ଭୂୟାଁ ଓ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ଭିନ୍ନକ୍ଷମମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୨୯ଟି ପଞ୍ଚାୟତରୁ ମୋଟ ୧୩୦ଜଣ

ପଞ୍ଜୀକୃତ କରିଥିଲେ। ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୪୪ଜଣ ଚିହ୍ନଟ ହେଇଥିବା ବେଳେ, ଶ୍ରବଣବାଧିତ ବିଭାଗରେ ୩୯ଜଣ, ଦୃଷ୍ଟିବାଧିତ ବିଭାଗରେ ୩୩ଜଣ, ମାନସିକ ଅନଗ୍ରସର ବିଭାଗରେ ୯ଜଣ ଏବଂ ବହୁବିଧ ଭିନ୍ନକ୍ଷମ ବିଭାଗରେ ୫ଜଣ ଚିହ୍ନଟ ହୋଇଥିଲେ। ଉକ୍ତ ଶିବିରରେ ୨ଜଣଙ୍କୁ ହୁଇଲଚେୟାର ଓ ୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରିତମ କୁମାର ମହାରଣା ପରିଚାଳନା କରିଥିବା ବେଳେ ଶୁଭସ୍ମିତା ବରାଡ ଓ ସରୋଜ କୁମାର ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।











