ପୁରୀ, ୨୧/୧୦/୨୦୨୬: ପୁରୀ ପୋଲିସ ପକ୍ଷରୁ ଆଜି ସକାଳେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଇଛି। ଏହି ଅବସରରେ ଦେଶ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ନିଜର ଅମୂଲ୍ୟ ଜୀବନକୁ ବଳିଦାନ ଦେଇଥିବା ବୀର ପୋଲିସ କର୍ମଚାରୀମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଶହୀଦ ପୋଲିସ କର୍ମଚାରୀଙ୍କ ଅଦମ୍ୟ ସାହସ, ନିଃସ୍ୱାର୍ଥପର ତ୍ୟାଗ ଓ ଅତୁଟ କର୍ତ୍ତବ୍ୟନିଷ୍ଠା ସମାଜ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଦେଶ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କର ମହାନ ବଳିଦାନକୁ ସ୍ମରଣ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
ଶହୀଦମାନଙ୍କ ବଳିଦାନରୁ ପ୍ରେରଣା ଗ୍ରହଣ କରି ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଶାନ୍ତି ବଜାୟ ରଖିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିର ସୁରକ୍ଷା କରିବା ଦିଗରେ ପୁରୀ ପୋଲିସ ନିଷ୍ଠା ଓ ସମର୍ପଣର ସହ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଛି।
ବୀର ଶହୀଦମାନଙ୍କ ତ୍ୟାଗ ଓ ବଳିଦାନ ଦେଶବାସୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବ।











