Home / ମୁଖ୍ୟ ଖବର / ଜାତୀୟ ବିଦ୍ୟାଳୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପୁରୀ ରୁ ଜଣେ

ଜାତୀୟ ବିଦ୍ୟାଳୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପୁରୀ ରୁ ଜଣେ

ପୁରୀ- ୨୦/୧୦/୨୦୨୫/- ୭୦ ତମ (୧୪ ବର୍ଷ ରୁ କମ୍) ବାଳକ ଜାତୀୟ ବିଦ୍ୟାଳୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଦିଲ୍ଲୀ ସ୍ଥିତ ତ୍ୟାଗରାଜ କ୍ରୀଡା ପରିସର ଠାରେ ଆସନ୍ତା ୨୩ ରୁ ୨୮ ଅକ୍ଟୋବର ୨୦୨୬ ରିଖ ପ୍ରଯନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର ରାତିରେ ଓଡିଶା ଦଳ ରେଳ ଯାତ୍ରା ଆରମ୍ଭ କରିଛନ୍ତି।

ଏଥିରେ ପୁରୀ ବକ୍ସିଂ ଏକାଡେମୀର ଜଣ ଛାତ୍ର ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି । ସେ ହେଲେ ପୋଲିସ ଉଚ୍ଚ ବିଦ୍ୟାଳୟ ର ସୀମାଞ୍ଚଳ ବେହେରା (୩୮-୪୦ କେଜି)

ଜାତୀୟ ସ୍ତରୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସୀମାଞ୍ଚଳ ଙ୍କ ସଫଳତା କାମନା କରି ପୂର୍ବତନ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଆଇ ପି ନିହାର ପଲେଇ, କ୍ରୀଡା ଶିକ୍ଷକ ରଞ୍ଜନ ରେଡ଼ି, ପ୍ରଭାତ କୁମାର ସାହୁ, ପୁରୀ ବକ୍ସିଂ ଏକାଡେମୀ ର ପ୍ରତିଷ୍ଠାତା ସୁଦର୍ଶନ ସାହୁ ,ବିଶ୍ୱ ଭୂଷଣ ପଣ୍ଡା, ପ୍ରଦୀପ ଦାସ, ସଞ୍ଜୟ କୁମାର ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply