Home / ମୁଖ୍ୟ ଖବର / ‘ମୋ ଆଶା’ ର ରଥ ସଂଖ୍ୟା ଉନ୍ମୋଚିତ

‘ମୋ ଆଶା’ ର ରଥ ସଂଖ୍ୟା ଉନ୍ମୋଚିତ

whatsapp image 2025 07 11 at 01.44.09 5444f313

ପୁରୀ- ୧୦/୦୭/୨୦୨୫ – (ତୃପ୍ତିମୟୀ ଜେନା)- ପୁରୀ-ନିମାପଡା ର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ପ୍ରକାଶ ପାଉଥିବା “ମୋ ଆଶା” ର ରଥ ସଂଖ୍ୟା ଆଜି ପୁରୀ ସିଂହ ଦ୍ୱାର ରେ ତିନି ରଥ ସମୁଖ ରେ ଉନ୍ମୋଚିତ ହୋଇ ଯାଇଛି.ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା,ସହ ସମ୍ପାଦିକା ଉର୍ମିଳା ମହାରଣା,ଅଭିନନ୍ଦନିକା ର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି,,ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ଗ୍ରୁପ ର ଉପଦେଷ୍ଟା ଅଜୟ ମିଶ୍ର, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ପତ୍ରିକା କୁ ଉନ୍ମୋଚନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ ଦୀର୍ଘ ୨୪ ବର୍ଷ ଧରି ଲିଟିଲ ଷ୍ଟାର ଗ୍ରୁପ ମାଧ୍ୟମରେ ପିଲାମାନଙ୍କ ପାଇଁ ନାନା ବିଧ କାର୍ଯ୍ୟକ୍ରମ କରିଆସୁଥିବା ବେଳେ ସାହିତ୍ୟ ଓ ସଂସ୍କୃତି ରକ୍ଷା ପାଇଁ “ମୋ ଆଶା” ନିୟମିତ ପ୍ରକାଶ କରି ଆସୁଛନ୍ତି. ଚଳିତ “ମୋ ଆଶା” ସଂଖ୍ୟା ରେ ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଠିତ ଲେଖକ ଲେଖିକା ଙ୍କ ଶିକ୍ଷଣୀୟ ଗଳ୍ପ ଓ କବିତା ସ୍ଥାନ ପାଇଥିବା ବେଳେ ପିଲାମାନଙ୍କ ପାଇଁ ବହୁ ଶିକ୍ଷଣୀୟ ବିଷୟ ବସ୍ତୁ ସହ ସେମାନଙ୍କ ଚିତ୍ର ଆଉ ଫୋଟୋ କୁ ସ୍ଥାନ ଦିଆ ଯାଇଛି.

SPREAD YOUR LOVE WITH YOUR FRIENDS AND FAMILY

Leave a Reply