Home / ମୁଖ୍ୟ ଖବର / ନୟାଗଡ଼ରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।

ନୟାଗଡ଼ରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।

ନୟାଗଡ଼,ତା -୨୧.୧୦.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ପୋଲିସ ପକ୍ଷରୁ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଇ ଦେଶ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ନିଜର ପ୍ରାଣବଳି ଦେଇଥିବା ବୀର ପୋଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଶହୀଦମାନଙ୍କର ଅଦମ୍ୟ ସାହସ, ନିଃସ୍ୱାର୍ଥ ତ୍ୟାଗ ଓ ଅତୁଟ କର୍ତ୍ତବ୍ୟନିଷ୍ଠା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ। ସେମାନଙ୍କ ମହାନ ବଳିଦାନରୁ ପ୍ରେରଣା ଗ୍ରହଣ କରି ଜନସାଧାରଣଙ୍କ ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା ଦିଗରେ ନିଷ୍ଠା ଓ ସମର୍ପଣ ଭାବନାର ସହ କାର୍ଯ୍ୟ କରିବାକୁ ନୟାଗଡ଼ ପୋଲିସ ସର୍ବଦା ପ୍ରତିବଦ୍ଧ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ‌।

SPREAD YOUR LOVE WITH YOUR FRIENDS AND FAMILY

Leave a Reply