ନୟାଗଡ଼,ତା-୨୧.୧୦.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ତମ ଦୁର୍ଗା ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ବିଜୟା ଦଶମୀରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସରପଞ୍ଚ ଶ୍ରୀମତୀ ଶ୍ଵେତଲୀନା ମିଶ୍ର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶିକା ଶ୍ରୀମତୀ ବାସନ୍ତୀ ରାଉତ, ବାଘେରା ସାହି ସଭାପତି ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର, ଉପସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସମାଜସେବୀ

ଗଜେନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ମା ଦୁର୍ଗା ସଂଘର ସଭାପତି ଲକ୍ଷ୍ମୀଧର ପରିଡ଼ା, ସମ୍ପାଦକ ଦୀଗମ୍ବର ଡାକୁଆ, ଉପ ସଭାପତି ବେଣୁଧର ସେଠୀ, କୋଷାଧ୍ୟକ୍ଷ ସଂଜୀବ ମଣ୍ଡଳ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ୫୮ଜଣ ସଭ୍ଯ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଥମ ଦିବସରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ଦ୍ଵିତୀୟ ଦିବସରେ ଶିଳ୍ପପତି ଶ୍ରୀ ତାପସ ରଂଜନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଏହି ବର୍ଷ ୩ଦିନ ବ୍ୟାପୀ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ୨୩ ତାରିଖରେ ଭଷାଣୀ ଉତ୍ସବ ହେବ ବୋଲି ସଂଘ ତରଫରୁ କୁହାଯାଇଛି।











