Home / ମୁଖ୍ୟ ଖବର / ବୋଧଦୀପା ଷ୍ଟଡି ସେଣ୍ଟର ଓ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବୋଧଦୀପା ଷ୍ଟଡି ସେଣ୍ଟର ଓ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ପିପିଲି:- ୨୨.୧୦.୨୦୨୬ -ପୁରୀ ଜିଲ୍ଲା, ପିପିଲି ବ୍ଲକ ସ୍ଥିତ ମଙ୍ଗଳପୁର ପଞ୍ଚୟତର ଦୁର୍ଗାଦାସପୂର ବଜାର ସ୍ଥିତ ବୋଧଦୀପା ଷ୍ଟଡି ସେଣ୍ଟର ପରିସରରେ , ଓଡ଼ିଶା ରକ୍ତଦାତା ମହାସଂଘ, ମଙ୍ଗଳପୁର ସ୍ଥିତ ବୋଧଦୀପା ଷ୍ଟଡି ସେଣ୍ଟର ଓ ସତସଙ୍ଗ ବ୍ଲଡ ଡୋନର ଫ୍ୟାମିଲୀ ଗୃପ ର ମିଳିତ ଉଦ୍ୟମରେ, ସତସଙ୍ଗର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କ ଶୁଭ ୯୪ତମ ଜନ୍ମ ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଯାଇଛି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର।

ଉକ୍ତ ରକ୍ତଦାନ ଶିବିରକୁ ସତସଙ୍ଗ ର ସ.ପ୍ର.ଋ ଶ୍ରୀଯୁକ୍ତ ବ୍ରଜବନ୍ଧୁ ସ୍ୱାଇଁ , ସତସଙ୍ଗର ADJ ଶ୍ରୀ ବାସୁଦେବ ସାହୁ ଏବଂ ଏସ ସି ବି ବ୍ଲଡ ବ୍ୟାଙ୍କ ର ଡଃ ରାଜେଶ କୁମାର ଷଡ଼ଙ୍ଗୀ, ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଓ ବୋଧାଦୀପା ଷ୍ଟଡି ସେଣ୍ଟରର ନିର୍ଦ୍ଦଶେକ ସତ୍ୟବ୍ରତ ମିଶ୍ରଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଶିବିରରେ ଏସ ସି ବି ବ୍ଲଡ ସେଣ୍ଟର, କଟକ ର ଡାଃ ଆର କେ ଷଡ଼ଙ୍ଗୀ ଓ ରାମଚନ୍ଦ୍ର ଖଟୁଆ, ବନବିହାରୀ ମିଶ୍ର ସର୍ବ ମୋଟ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ।

ଓଡ଼ିଶା ରକ୍ତଦାତା ମହାସଂଘର ରାଜେଶ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ବେହେରା ବୋଧଦୀପା ଷ୍ଟଡି ସେଣ୍ଟର ର ସନ୍ତୋଷ କୁମାର ମିଶ୍ର, ସତ୍ୟବ୍ରତ ମିଶ୍ର, ଶିବ ପ୍ରସାଦ ସାହୁ, ଚନ୍ଦନ ବରାଳ ଓ ଛାତ୍ରମାନଙ୍କ ସହିତ ବିଜୟ କୁମାର ବେହେରା, ଦେବେନ୍ଦ୍ର ସାହୁ, ବିକ୍ରମ ସୁଜୟ ବେହେରା ପ୍ରମୁଖ ଶିବିର ଆୟୋଜନରେ ସହଯୋଗ ଓ ପରିଚାଳନା କରିଥିଲେ।

ଓଡ଼ିଶା ରକ୍ତଦାତା ମହାସଂଘ ର କାର୍ଯ୍ୟକାରି ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଓ ସତସଙ୍ଗ ବ୍ଲଡ ଡୋନର ଫ୍ୟାମିଲୀ ଗ୍ରୁପର ରାଜେଶ ପଣ୍ଡାଙ୍କ ପ୍ରେରଣା ଦ୍ୱାରା ପ୍ରଥମ ଥର ପାଇଁ ବହୁତ ସଂଖ୍ୟାରେ ମହିଳା ଭକ୍ତ ରକ୍ତଦାନ କରିଥିଲେ। ପରିଶେଷରେ ପ୍ରତ୍ୟେକ ରକ୍ତଦାତାଙ୍କୁ ବ୍ଲଡ ସେଣ୍ଟର ତରଫରୁ ପ୍ରମାଣ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଥିଲ ଓ ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ଆୟୋଜକ ସତ୍ୟବ୍ରତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply