Home / ମୁଖ୍ୟ ଖବର / ଦି ବେଲ୍ ତରଫରୁ ନବଦୋୟ ୨୦୨୬ ନେତୃତ୍ୱର ନୂତନ ଅଧ୍ୟାୟ ଉତ୍ସବ।ମହା ବିଦ୍ୟାଳୟ ନବ ନିର୍ବାଚିତ ଛାତ୍ର ନେତାଙ୍କୁ ସମ୍ବର୍ଦ୍ଧନା

ଦି ବେଲ୍ ତରଫରୁ ନବଦୋୟ ୨୦୨୬ ନେତୃତ୍ୱର ନୂତନ ଅଧ୍ୟାୟ ଉତ୍ସବ।ମହା ବିଦ୍ୟାଳୟ ନବ ନିର୍ବାଚିତ ଛାତ୍ର ନେତାଙ୍କୁ ସମ୍ବର୍ଦ୍ଧନା

ପୁରୀ -୨୨/୧୦/୨୦୨୬ – ନିକଟରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ୟୁନିଅନ ନିର୍ବାଚନ ଶେଷ ହେଇଚି।ଦିର୍ଘ୍ ବର୍ଷ ପରେ କଲେଜ ୟୁନିଅନ ନିର୍ବାଚନ ଛାତ୍ର ଛାତ୍ରୀ ମାନଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରି ଦେଇଛି।ଏହି ଅବସରରେ ଜିଲ୍ଲାର ବିଭିନ୍ନ କଲେଜ ୟୁନିଅନ ବିଜୟୀ ଛାତ୍ର ପ୍ରତିନିଧି ମାଙ୍କୁ ଦି ବେଲ୍ ୟୁଥ୍ କ୍ଲବ ତରଫରୁ ଆୟୋଜିତ “ନବଦୋୟ ୨୦୨୬ ନେତୃତ୍ୱର ନୂଆ ଅଧ୍ୟାୟ” ଉତ୍ସବ ରେ ସ୍ଥାନୀୟ ସରକାରୀ ୟୁଥ୍ ହଷ୍ଟେଲ ଠାରେ ସମ୍ବର୍ଦ୍ଧିତ କରାଯାଇଛି।ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୂଚନା ଲୋକୋ ସମ୍ପର୍କ ଉପନିର୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ନବ ନିର୍ବାଚିତ ଛାତ୍ର ଛତ୍ରୀ ମାନେ ଦଳୀୟ ମନୋଭାବ ଉର୍ଦ୍ଧ୍ବ ରେ ରହି ଛାତ୍ର ମାନଙ୍କ ସ୍ୱାର୍ଥ କୁ ଉର୍ଦ୍ଧ୍ବ ରେ ରଖି କାର୍ଯ୍ୟ କ୍ରମ କରିବା ପାଇଁ ଉପଦେଶ ଦେଇ ଥିଲେ।ଅନ୍ୟତମ ଅତିଥି ଭାବରେ ୟୁଥ୍ ହଷ୍ଟେଲ ମ୍ୟାନେଜର ଶ୍ରୀ ଭାସ୍କର ମହାରଣା ଯୋଗ ଦେଇ ନିର୍ବାଚିତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜ୍ଞାପନ କରିଥିଲେ।ଏହି ଅବସରରେ ବର୍ତ୍ତମାନ ରାଜନୀତିରେ ଜେନ ଜି ଛାତ୍ର ନେତାଙ୍କ ଭୂମିକା ସମ୍ପର୍କିକିତ ଆଲୋଚୋନା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟ କ୍ରମକୁ ବେଲ୍ ୟୁଥ୍ କ୍ଲବ ସଂଯୋଜିକା ମୋନାଲିସା ଜେନା ପରିଚାଳନା କରିଥିଲେ।ଅନୁଷ୍ଠାନ ଉପାଧ୍ୟକ୍ଷ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଦେଇ ଥିଲେ।ଅନୁଷ୍ଠାନ ସାଧାରଣ ସମ୍ପାଦକ ରାଜ କିଶୋର ପାତ୍ର,ସଂଗଠନ ସମ୍ପାଦକ ସଞ୍ଜୟ ପ୍ରଧାନ,କୋଷାଧକକ୍ଷା ବନିତା ଦୀକ୍ଷିତ ଓ ବେଲ୍ ୟୁଥ୍ କ୍ଲବ ସଦସ୍ୟା ସଦସ୍ୟ ପ୍ରଭୃତି ଅଲୋଚୋନା ଚକ୍ର କୁ ପରିଚାଳନା କରିଥିଲେ ।ସଭା ପ୍ରାରମ୍ଭରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସଭାପତି କୁନା ମିଶ୍ରଙ୍କ ଅକାଳ ବିୟୋରେ ଦିବଂଗତ ଆତ୍ମାଙ୍କ ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply