ନୟାଗଡ଼,ତା -୩.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ନୟାଗଡ ବ୍ଲକ ଓ NAC ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁ ଯୋଗଦେଇ ରାଜ୍ୟରେ କଂଗ୍ରେସକୁ କ୍ଷମତା ଫେରାଇ ଆଣିବାପାଇଁ ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଓଡିଶା କଂଗ୍ରେସ ସଂଗଠନକୁ ଗୁରୁତ୍ୱ ଦେଉଛନ୍ତି l

ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଜଣେ ସାଧାରଣ କଂଗ୍ରେସ କାର୍ଯ୍ୟକର୍ତା ସଂଗଠନର ସର୍ବୋଚ୍ଚ ପଦବୀ ରେ ବସିପାରିବ, ସଂଗଠନ ସୃଜନ ଅଭିଜାନରେ କୌଣସି ନେତାଙ୍କ ସୁପାରିଶ କାମଦେବ ନାହିଁ l ଯେଉଁ ବ୍ୟକ୍ତି କଂଗ୍ରେସ ଦଳ ପ୍ରତି ଅନୁଗତ୍ୟତା ରଖିଥିବେ, ଛାତ୍ର, ଯୁବ, ମହିଳା ସେବାଦଳରେ ଓ କଂଗ୍ରେସର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିବେ ସେ ହିଁ ଜିଲ୍ଲା ସଭାପତି ହେବେ l ଏଥିରେ ସଂଗଠନ ସୃଜନ ଅଭିଯାନର ଅଖିଳଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ଦାଦ୍ରା ନଗର ହାବେଳୀର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ମହେଶ ଶର୍ମା ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ସହ ତୃଣମୂଳ କଂଗ୍ରେସ କର୍ମକର୍ତା ଓ କର୍ମୀଙ୍କ ମତାମତରେ ଜିଲ୍ଲା ସଭାପତି ଚୟନ କରିବାପାଇଁ ସାରାଭାରତବର୍ଷ ସବୁ ରାଜ୍ୟରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି।
ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ନୟାଗଡ ଜିଲ୍ଲାରେ ଆଠଦିନ ଧରି ଏହି କାର୍ଯ୍ୟକ୍ରମ ଚାଳିବ l ପ୍ରତି ବ୍ଲକ ଓ NAC ରେ ଏହି ସଂଗଠନ ସୃଜନ ଅଭିଜାନ କାର୍ଯ୍ୟକ୍ରମ ରେ ଜିଲ୍ଲାର ମିଡ଼ିଆ, ଓକିଲ, ବଣିକ ସଂଘ, ଶ୍ରମିକ ସଂଗଠନ, ଗଣ ସଂଗଠନର କାର୍ଯ୍ୟକର୍ତା ମାନଙ୍କୁ ଭେଟି ସେମାନଙ୍କ ମତାମତ ଗ୍ରହଣ କରାଯିବ l ଓଡ଼ିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ, ସଂଗ୍ରାମ ମହାନ୍ତି ଉପସ୍ଥିତ ହୋଇ ନୟାଗଡ଼ ବ୍ଲକ ଓ NACରେ କଂଗ୍ରେସ୍ ସଂଗଠନ କିପରି ସୁଦୃଢ ହେବ ଏବଂ ବୁଥ ଲେବୁଲରୁ କଂଗ୍ରେସ କର୍ମୀ କଂଗ୍ରେସ୍ ପ୍ରତି ଆକୃଷ୍ଟ ହୋଇ ସଂଗଠନକୁ ଆଗେଇ ନେବେ ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ୍ କିଭଳି ସଫଳ ହେବ ତାହା ତାଙ୍କ ବକ୍ତବ୍ୟରେ ଆଲୋକ ପାତ କରିଥିଲେ। ଏହି ବୈଠକରେ କେନ୍ଦ୍ରୀୟ ନେତାଙ୍କ ଗହଣରେ ବିଜେପି ପାର୍ଟିରୁ ରାଜକିଶୋର ଜେନା ଓ ଗୁରୁବାରୀ ମଣ୍ଡଳ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେଲେ । ଏଥିରେ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ସଭାପତି ରଞ୍ଜିତ ଦାସ,ବରିଷ୍ଟ ନେତା ହୁସେନ ଖାନ୍, ମନୋଜ ସାହୁ, ବିଭୁ ପ୍ରସାଦ ମିଶ୍ର,ସରୋଜ ପରିଡା, ଲକ୍ଷ୍ମୀଧର ତ୍ରିପାଠୀ କମଳ ଲୋଚନ ସାହୁ ଓ ଫକୀର ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ l











