Home / ମୁଖ୍ୟ ଖବର / ଜମରା ଗ୍ରାମରେ ଅଷ୍ଟମ ପ୍ରହର ଓ ନାମଯଜ୍ଞ ଅନୁଷ୍ଠିତ

ଜମରା ଗ୍ରାମରେ ଅଷ୍ଟମ ପ୍ରହର ଓ ନାମଯଜ୍ଞ ଅନୁଷ୍ଠିତ

sankirtan

କାକଟପୁର,( ତୁଷାର ଦୀକ୍ଷିତ ) ୧୯/୦୪/୨୦୨୪ – କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ନିକଟସ୍ଥ ଜମରା ଗ୍ରାମରେ ତିନି ଦିନ ବ୍ୟାପି ଅଷ୍ଟମ ପ୍ରହର ନାମଯଜ୍ଞ ଓ ମହୋତ୍ସବ ବହୁ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମଦେବୀ ମା ଦୁଲ୍ଲାଦେଇଙ୍କ ପୀଠରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ଆୟୋଜିତ ହୋଇଥିଲା। ପ୍ରଥମ ଦିବସ ଅଧିବାସରେ ଗ୍ରାମବାସୀ ଓ ମହିଳା ମାନଙ୍କ ଦ୍ଵାରା ବାବା ଦକ୍ଷିଣେଶ୍ୱର ପୀଠରୁ ପୂଜାର୍ଚ୍ଚନା ଓ ହୋମଯଜ୍ଞ ପୂର୍ବକ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ନବମୀ ଦିନ ଅଷ୍ଟମ ପ୍ରହର ନାମ ସଙ୍କୀର୍ତ୍ତନ ଓ ଶେଷ ଦିବସରେ ନଗର ସଙ୍କୀର୍ତ୍ତନ ଓ ଯମୁନା ଗାଧୁଆ ମହୋତ୍ସବ ସହ ଉଦଯାପିତ ହୋଇଥିଲା। ଏହି ଅବସରରେ ନିକଟ ଅଞ୍ଚଳର ପ୍ରାୟ ୧୦ଟି ସଙ୍କୀର୍ତ୍ତନ ମଣ୍ଡଳୀ ହରିନାମ ରସମ୍ବୁତ ପାନ କରି ପରିବେଶକୁ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ। ଗ୍ରାମ କମିଟି ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ବିଶ୍ବାଳ, ସମ୍ପାଦକ ଅନୁପମ ଖଟୋଇ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply