Home / ରାଜନୀତି / ପୁରୀରେ କଂଗ୍ରେସ ର ମିଶ୍ରଣ ପର୍ବ

ପୁରୀରେ କଂଗ୍ରେସ ର ମିଶ୍ରଣ ପର୍ବ

ପୁରୀ ବିଧାନ ସଭା ଅନ୍ତର୍ଗତ ପୁରୀ ସହର ଓ ସଦର ଅଞ୍ଚଳର ପାଖାପାଖି ଶହେ ଜଣ ଯୁବ ଓ ଛାତ୍ର ସଂଗଠକ ଆଜି ବିଧି-ବଧ ଭାବେ କଂଗ୍ରେସ ରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ରେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ପୁରୀ ବିଧାନ ସଭା ଛାତ୍ର କଂଗ୍ରେସ ସଭାପତି ଅଗସ୍ତିନ ଜୋସେଫ, ସଦର ଯୁବ ନେତା ଆଦିତ୍ୟ କୁମାର, ଜ଼ିଲ୍ଲା ଛାତ୍ର କଂଗ୍ରେସ ଉପ-ସଭାପତି କ୍ରିଷ୍ଣା ଜାଲି,ଛାତ୍ର କଂଗ୍ରେସ ଜ଼ିଲ୍ଲା ଉପସଭାପତି ରୀସାନ ଦାଶ, ସଦର ଜ଼ିଲ୍ଲା ଛାତ୍ର କଂଗ୍ରେସ ଉପ-ସଭାପତି ଲକ୍ଷ୍ମୀଧର ସେଠି ଏବଂ ବିଶେଷ କରି ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଉପସ୍ଥିତ ରହି ସମସ୍ତଙ୍କୁ କଂଗ୍ରେସ ଉତ୍ତରିୟ ପ୍ରଦାନ କରି କଂଗ୍ରେସ ପରିବାରରେ ସାମିଲ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ନେତା ଆଲୋକ କୁମାର ଦାଶ ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ସ୍ଵାଗତ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ସାରାଦେଶରେ ମଜବୁତ ହୋଉଥିବା ବେଳେ ପୁରୀରେ ଦଳ କିପରି ମଜଭୁତ ହେବ ଏବଂ କର୍ମକର୍ତ୍ତା ମାନେ ଲୋକମାନଙ୍କ ସେବାରେ କିପରି ନିଜକୁ ନିୟୋଜିତ କରିବବେ ସେ ବିଷୟରେ ଉତ୍ସାହିତ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply