Home / ମୁଖ୍ୟ ଖବର / ପୁରୀ ସଂସ୍କୃତି ଭବନ ଠାରେଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ – ୨୦୨୫” 

ପୁରୀ ସଂସ୍କୃତି ଭବନ ଠାରେଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ – ୨୦୨୫” 

whatsapp image 2025 12 08 at 20.34.13 a59d9057

ପୁରୀ ତା ୮/୧୨/୨୦୨୫ — ଧଉଳି ରିଭିୟୁ ଟ୍ରଷ୍ଟ, ଭୁବନେଶ୍ୱର ଦ୍ଵାରା ଆୟୋଜିତ “ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ – ୨୦୨୫” ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ଡ଼କ୍ଟର ଫନୀ ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଓଡ଼ିଆ କବିତା ସର୍ବଭାରତୀୟ ସ୍ତରରେ ତା’ର ସ୍ଥାନ ବଜାୟ ରଖିଛି I ଲେଖକ ,ପାଠକ, ପ୍ରକାଶକ ଓ ସମ୍ପାଦକ ଙ୍କ ମଧ୍ୟରେ ସମନ୍ବୟ ରହିଲେ ହିଁ ଓଡ଼ିଆ ସାହିତ୍ୟର ବିକାଶ ହେବ ବୋଲି କହିଥିଲେ I

whatsapp image 2025 12 08 at 20.34.12 84feff27

ଉଦଘାଟନୀ ଅଧିବେଶନରେ ଅନ୍ୟତମ ଅତିଥିଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ରିସର୍ଚ୍ଚ ଚେୟାର ପ୍ରଫେଶର ଡକ୍ଟର ସନ୍ତୋଷ କୁମାର ରଥ,ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅନାମ କବି ନେତ୍ରାନନ୍ଦସାମନ୍ତରାୟ ,କଥାଶିଳ୍ପୀ ପରେଶ ପଟ୍ଟନାୟକ ଏବଂ ବର୍ଷିୟାନ୍ ସାହିତ୍ୟିକ ସହଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ I ପ୍ରଥମ ଅଧିବେଶନରେ ଅନୁଷ୍ଠିତ ‘ପୁରୀ: ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର’ ଶୀର୍ଷକ ଆଲୋଚନା ଚକ୍ରରେ କବୀ ସୁଚେତା ମିଶ୍ର, କବି ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ସାହିତ୍ୟ ସମାଲୋଚକ ପବିତ୍ରମୋହନ ଦାଶ ଅଂଶଗ୍ରହଣ କରିଥିଲେ I ଦ୍ଵିତୀୟ ଅଧିବେଶନରେ “ଅନାମ କବିତାରେ ସାମାଜିକ ଦାୟିତ୍ଵ ବୋଧ” ବିଷୟ ଉପରେ ଓଡ଼ିଆ ସାହିତ୍ୟ ଗବେଷକ ଡକ୍ଟର ସନ୍ତୋଷ କୁମାର ରଥ ବକ୍ତବ୍ୟ ରଖିଥିଲେ I ଉଦଯାପନୀ ଅଧିବେଶନରେ ଅଧ୍ୟାପିକା ପ୍ରିୟଦର୍ଶିନୀ ପଲେଇ ଏବଂ ସ୍ମୃତିକଳା ମହାନ୍ତି ଙ୍କ ସଂଯୋଜନାରେ ସ୍ଵରୋଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ତିରିଶ ଜଣ ପ୍ରତିଷ୍ଠିତ କବି କବିତା ପାଠ କରିଥିଲେ I ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ, ପୁରୀର ଆବାହକ ଶ୍ୟାମ ପ୍ରକାଶ ସେନାପତି ଓ କାମଦେବ ମହାରଣା ସମସ୍ତ ଅଧିବେଶନକୁ ସଞ୍ଚାଳନ କରିଥିଲେ I କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି, ଏହି ମହୋତ୍ସବ ପୁରୀ ସମେତ ସମାନ୍ତରାଳ ଭାବେ ଭୁବନେଶ୍ବର ଏବଂ କଟକ ରେ ମଧ୍ୟ ଅନୁଷ୍ଠିତ ହୋଇଥିଲା I

SPREAD YOUR LOVE WITH YOUR FRIENDS AND FAMILY

Leave a Reply