Home / ସଂସ୍କୃତି ଓ ପରମ୍ପରା / ମା ବିମଳାଙ୍କ ଷୋଡଶ ପୂଜା

ମା ବିମଳାଙ୍କ ଷୋଡଶ ପୂଜା

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣ ର ଶୋଡ଼ଶ ଉପଚାର ପୂଜା, ପୁରୀ, ବିମଳା ମନ୍ଦିର,ଗୋବର୍ଦ୍ଧନ ପୀଠ

ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଳପୂଜା ।

ଶାରଦୀୟ ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରକାର ପାରମ୍ପରିକ ପ୍ରସ୍ତୁତି କରାଯାଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତିପୀଠ ଗୁଡ଼ିକରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣକାର୍ଯ୍ୟ କରାଯାଇଛି ।

ଏହି ଅବସରରେ ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଁ ବିମଳାଙ୍କ ମନ୍ଦିରରେ ରେ ଶାସ୍ତ୍ର୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଶୋଡ଼ଷ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା

ବିମଳା ମନ୍ଦିର ରେ ମଧ୍ୟ ପରମ୍ପରା ମୁତାବକ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ଯାହାକି ୧୬ ଦିନ ଧରି ଚାଲିବ।

ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣକାଳୀ, ଆଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି। ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ହୋଇଥାଏ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply