Home / ସଂସ୍କୃତି ଓ ପରମ୍ପରା / ହରିହର ବେଶରେ ଦର୍ଶନ ଦେବେ ପ୍ରଭୁ ବଡ଼ ଠାକୁର

ହରିହର ବେଶରେ ଦର୍ଶନ ଦେବେ ପ୍ରଭୁ ବଡ଼ ଠାକୁର

jagannath

ପବିତ୍ର କାର୍ତ୍ତିକ ମାସର ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ଶ୍ରୀମନ୍ଦିରରେ ଅନୁଷ୍ଟିତ ହୁଏ ବଡ଼ଠାକୁରଙ୍କ ହରିହର ବେଶ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୁଏ ତା ସହିତ ମହାପ୍ରଭୁ ଜଗନ୍ନାଥ ରାଧାଦାମୋଦର ଵେଶରେଦର୍ଶନ ଦିଅନ୍ତି । ପୁଷ୍ପାଳକ ସେବକ ମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରନ୍ତି । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ୍ରରେ ଦର୍ଶନ ଦେବା ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ତେବେ ଚଳିତ ବର୍ଷ ୩୧ ଅର୍ଥାତ ସୋମବାର ଶ୍ରୀଜିଉଙ୍କ ହରିହର ବେଶ ଅନୁଷ୍ଠିତ ହେବ ।

SPREAD YOUR LOVE WITH YOUR FRIENDS AND FAMILY

One Comment

Leave a Reply