କେନ୍ଦ୍ର ସରକାରଙ୍କ ତରଫରୁ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଆରମ୍ଭ ହୋଇ ଯାଇଛି ନିଯୁକ୍ତିର ସୁଯୋଗ । କେନ୍ଦ୍ର ସରକାରଙ୍କ ନିଯୁକ୍ତି ଏଜେନ୍ସି ssc ତରଫରୁ ଆସିଛି ୪୫୦୦ ଗୋଟି ପଦର ବିଜ୍ଞାପନ । ଡାଟା ଏଣ୍ଟ୍ରି ଅପରେଟର ଓ ଲୋୟର ଡିଭିଜନ କ୍ଲର୍କ/ ଜୁନିଅର ସେକ୍ରେଟାରିଆଲ ଆସିଷ୍ଟାଣ୍ଟ ପଦରେ ହେବ ନିଯୁକ୍ତି । ୦୧/୦୧/୨୦୨୨ ସୁଦ୍ଧା ୧୮-୨୭ ବର୍ଷ ବୟସର ପ୍ରାର୍ଥୀ ଆବେଦନ କରିପାରିବେ । ଡିସେମ୍ବର ୬ରୁ ଆରମ୍ଭ ହୋଇ ଆବେଦନ ପ୍ରକ୍ରିୟା ଜାନୁଆରୀ ମାସ ୧ ତାରିଖ ଯାଏ ଚାଲିବ । ଦୁଇଟି ପରୀକ୍ଷା କରି ପ୍ରାର୍ଥୀ ଚୟନ କରାଯିବ । ପ୍ରାର୍ଥୀମାନଙ୍କ ଯୋଗ୍ୟତା +୨ ପାସ୍ ରଖାଯାଇଛି । ସର୍ବନିମ୍ନ ଦରମା ୧୯,୯୦୦ ରଖାଯାଇଥିବାବେଳେ ସର୍ବାଧିକ ଦରମା ୯୨,୩୦୦ ରଖାଯାଇଛି । ନିମ୍ନ ଲିଙ୍କ୍ କୁ ଯାଇ ଆବେଦନ କରନ୍ତୁ
ଆସିଲା ୪୫୦୦ ପଦରେ ବଡ଼ ନିଯୁକ୍ତି










