କାକଟପୁର ତା ୨୫ /୬, କାକଟପୁର ଥାନା ଅଧିନସ୍ଥ ନୀଳକଣ୍ଠପୁର ଗ୍ରାମର ଟେଣ୍ଟ ବ୍ୟବସାୟୀ, ତଥା ମାଧବା ନନ୍ଦ ଙ୍କ ପୂଜକ ପ୍ରକାଶ ଚନ୍ଦ୍ର ଦାଶ ଓ ଚିତ୍ରରେଖା ଦାଶଙ୍କ ଜ୍ୟେଷ୍ଠ କନ୍ୟା ସାଧନା ନିଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ 12571 ରାଙ୍କ ପାଇ ଡାକ୍ତରୀ ପାଠ ଅଧ୍ୟୟନ କରିବାପାଇଁ ମନୋନୀତ ହୋଇଛନ୍ତି l ନିଟ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ସାଧନା ଦାଶ ବେଶ ଖୁସି ଥିବାବେଳେ ମେଡିକାଲ ପାଠ୍ୟକ୍ରମ ସାରି ସେ ଗରିବ ଜନସାଧାରଣଙ୍କ ସେବା କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଏହି ଖବର ପ୍ରଚାରିତ ହେବା ନିଜ ଗ୍ରାମ ନୀଳକଣ୍ଠପୁର ଏବଂ ମାମୁଁଘର ଜିଉଁନ୍ତିରେ ଖୁସିର ଲହରୀ ଖେଳିଯାଇଛି l ମଧ୍ୟବିତ୍ତ ପରିବାରରୁ ଯାଇ ଡାକ୍ତରୀ ପଢିବା ପାଇଁ ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ସେ ତାଙ୍କ ପିତା, ମାତା, ମାମୁଁ, ମାଇଁ ଏବଂ ସମସ୍ତ ପରିବାର ବର୍ଗଙ୍କ ପ୍ରେରଣା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ସାଧନା, ଏହି ଖୁସି ପାଇଁ ସାଙ୍ଗ ସାଥି ମାନଙ୍କ ସହିତ ଆତ୍ମୀୟ ମାନଙ୍କ ଠାରୁ ସୂବେଚ୍ଛା ର ଶୁଅ ଛୁଟିବା ସହିତ ତାଙ୍କ କକେଇ ବିଶ୍ୱଜିତ ଦାସ ଓ ଖୁଡି ସୁଶ୍ରୀମିତା ବେଶ ଖୁସି ଥିବା କହିଛନ୍ତି
Social Icons
Featured Posts











