Home / ରାଜନୀତି / ସଡ଼କ ଦୁର୍ଘଟଣାରେ ୧୬ ଯବାନ ସହିଦ

ସଡ଼କ ଦୁର୍ଘଟଣାରେ ୧୬ ଯବାନ ସହିଦ

୨୩ ଡିସେମ୍ବର ୨୦୨୨ : ଆଜି ଉତ୍ତର ସିକିମର ଜେମା ଠାରେ ଏକ ସଡ଼କ ଦୁର୍ଘଟଣାରେ ତିନିଜଣ ଜୁନିଅର କମିଶନ୍‌ଡ ଅଫିସର (JCO) ଙ୍କୁ ମିଶାଇ ମୋଟ ୧୬ ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଟ୍ରକଟି ସକାଳେ ଚାଟେନରୁ ଥାଙ୍ଗୁ ଆଡକୁ ଯାଉଥିଲା ବେଳେ ଏକ ମୋଡ଼ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଦୁର୍ଘଟଣାର ପରେ ତୁରନ୍ତ ଉଦ୍ଧାର କାର୍ଯ୍ଯ ଆରମ୍ଭ କରାଯାଇଥିଲା। ଟ୍ରକ୍‌ରେ ଥିବା ଅନ୍ୟ ୪ ଜଣ ସେନା କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ଟୁଇଟର ବାର୍ତ୍ତାରେ କହିଛନ୍ତି ଯେ ,” ଉତ୍ତର ସିକିମରେ ଏକ ସଡକ ଦୁର୍ଘଟଣା ଯୋଗୁଁ ଭାରତୀୟ ସେନା କର୍ମଚାରୀଙ୍କ ଜୀବନ ହାନିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଛି।
ସେମାନଙ୍କର ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ ଗଭୀର କୃତଜ୍ଞ | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା | ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି |”

ପରଲୋକଗତ ସେନା କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଟୁଇଟରରେ ବାର୍ତ୍ତା ଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଏବଂ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply