Home / ମୁଖ୍ୟ ଖବର / ଏଇ ସହକାର’ ଶାରଦୀୟ ସଂଖ୍ୟା ଲୋକାର୍ପିତ

ଏଇ ସହକାର’ ଶାରଦୀୟ ସଂଖ୍ୟା ଲୋକାର୍ପିତ

whatsapp image 2025 09 30 at 18.09.20 d5b43958

ପୁରୀ ତା୩୦/୯/୨୦୨୫- କବିତା ମଣିଷ କୁ ରୂପାନ୍ତରିତ କରେ, ବାଉଁଶକୁ ବଇଁଶୀ ରେ ବଦଳାଇ ଦିଏ I ଜଣେ ଅସୁର କବିତାର କାଶତଣ୍ଡୀ ସ୍ପର୍ଶ ରେ ଆସିଲେ ଦେବୀ ଉପାସନାରେ ମଗ୍ନ ହୋଇଯାଏ I ଏଇ ସହକାର ସାହିତ୍ୟ ପତ୍ରିକାର ଶାରଦୀୟ ସଂଖ୍ୟା ଲୋକାର୍ପିତ ହେବା ଅବସରରେ ବିଶିଷ୍ଟ ଅତିଥି ମାନେ ଏପରି ମତବ୍ୟକ୍ତ କରିଛନ୍ତି I ସ୍ଥାନୀୟ ସ୍ଵଦେଶ ଛାତ୍ରାବାସ ପରିସରରେ ମାନସିଂହ ସାହିତ୍ୟ ସଂସଦ,ନନ୍ଦଳା ଦ୍ଵାରା ଆୟୋଜିତ ଲୋକାର୍ପଣ ଉତ୍ସବ ଓ କବିତା ପାଠୋତ୍ସବ ରେ ଶିକ୍ଷାବିତ୍ ଚଣ୍ଡେଶ୍ୱର ମହାପାତ୍ର ଅଧ୍ୟକ୍ଷତା କରି ଏହି ପତ୍ରିକା ର ଶତାୟୁ କାମନା କରିବା ସହିତ ଲେଖକମାନେ ନିଜ ଲେଖାରେ ସାମାଜିକ ପ୍ରତିବଦ୍ଧତା ପ୍ରକାଶ କରିବା ଉଚିତ୍ ବୋଲି ଆହ୍ଵାନ ଦେଇଥିଲେ I

whatsapp image 2025 09 30 at 18.09.21 d6a75397

ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି କବି ଓ ସମାଲୋଚକ ଡ଼କ୍ଟର ଦିଲୀପ କୁମାର ସ୍ଵାଇଁ କବିତା ଆଞ୍ଚଳିକତା ରୁ ବିଶ୍ଵମୁଖିନତା ଆଡ଼କୁ ଅଗ୍ରସର ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ I ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ବେହେରା ଯୋଗଦେଇ କବିତା ମାଧ୍ୟମରେ ମଣିଷ ର କାରୁଣ୍ୟ ଅମୃତ ରେ ପରିଣତ ହୋଇଯାଏ ବୋଲି ମତ ଦେଇଥିଲେ I ଗୀତ ଓ କବିତା ଜୀବନ ର ଦୁଇଟି ଧାର ବୋଲି ସେ ମତବ୍ୟକ୍ତ କରି ଲୋକାର୍ପିତ ପତ୍ରିକା ର ବିଶେଷତ୍ୱ ବିଶ୍ଲେଷଣ କରିଥିଲେ I ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ କବି ସନ୍ନ୍ୟାସୀ ନାୟକ, କାମଦେବ ମହାରଣା, ଗିରିଜା ଶଙ୍କର ସେଠୀ, କୁମାର ବାଳକୃଷ୍ଣ, ରାଧାମୋହନ ପୂଜାହାରୀ ,ଶିବାନୀ ଜେନା, ଝରଣା ସାହୁ, ଉମେଶ ବେହେରା, ନିରଞ୍ଜନ ମହାରଣା, ନାରାୟଣ ସାହୁ, ପ୍ରଶାନ୍ତ ମଲ୍ଲିକ, ସୌମ୍ୟରଞ୍ଜନ ମଲ୍ଲିକ, ସତ୍ୟ ପ୍ରସାଦ ପଟ୍ଟନାୟକ,ପବିତ୍ର ମୋହନ ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ I ପତ୍ରିକାର ସମ୍ପାଦକ କବି ଲଳିତ କୁମାର ସ୍ଵାଇଁ ପତ୍ରିକା ପ୍ରକାଶନର ଆହ୍ଵାନ ଓ ଆନନ୍ଦ ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ I କବି ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ I

SPREAD YOUR LOVE WITH YOUR FRIENDS AND FAMILY

Leave a Reply