Home / ମୁଖ୍ୟ ଖବର / ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତଙ୍କ ମହାନତା

ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତଙ୍କ ମହାନତା

ନିଜର ଭତ୍ତା ଟଙ୍କାରେ ମରାମତି କଲେ ଶ୍ରୀ ଜଗନ୍ନାଥଙ୍କ ଏନ୍ତୁଡ଼ି ଶାଳର ରାସ୍ତା କାକଟପୁର, 20/01,କାକଟପୁର-କୋଣାର୍କ ମୁଖ୍ୟ ରାସ୍ତାଠାରୁ ଶ୍ରୀଜଗନ୍ନାଥଙ୍କ
ଏନ୍ତୁଡ଼ିଶାଳ କହାଯାଉଥିବା ଦେଉଳି ମଠକୁ ଯାଇଥିବା ପ୍ରାୟ ଏକ କିଲୋମିଟର ବ୍ୟାପୀ କେନାଲ ବନ୍ଧ ରାସ୍ତାକୁ ପୁରୀଜିଲ୍ଲାର ୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ ନିଜ ମାସିକ ଭତ୍ତା ଅର୍ଥକୁ ବିନିଯୋଗ କରି ସଫେଇ କରିଛନ୍ତି | ଦାରୁ ସନ୍ଧାନରେ ଆସୁଥିବା ଦଇତାପତିମାନେ ଦେଉଳି ମଠରୁ ଏହି କେନାଲବନ୍ଧ ରାସ୍ତାରେ ଯାଇ ମା’ମଙ୍ଗଳାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି। ଗତ ନବକଳେବର ସମୟରେ ପ୍ରଶାସନ ପକ୍ଷରୁ ଏହି କେନାଲ ବନ୍ଧ ରାସ୍ତାର ପୁନରୁଦ୍ଧାର କରାଯାଇଥିଲା। ପ୍ରାୟ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ସ୍ଥାନୀୟ ପ୍ରଶାସନର ନଜର ଉଢୁଆଳରେ ଥିବା ଏହି ରାସ୍ତାର ମରାମତି ନହେବାରୁ ଅନାବନା ଘାସ, ଉଇ ହୁଙ୍କା ଏବଂ ଖାଲ ଖମାରେ ପରିପୂର୍ଣ୍ଣ ରାସ୍ତାଟି ଯାତାୟାତ ପାଇଁ ଅନୁପଯୋଗୀ ହୋଇଯାଇଥିଲା । ଫଳରେ ଦେଉଳି ମଠକୁ ଆସୁଥିବା ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନ୍ୟପକ୍ଷରେ କେନାଲ ବନ୍ଧ ରାସ୍ତାଟି କାକଟପୁରକୁ ସିଧା ରାସ୍ତା ହୋଇଥିବାରୁ ନିକଟସ୍ଥ କୁଣ୍ଢେଇ ପଞ୍ଚାୟତର ବହୁ ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । ଯାତ୍ରୀମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ପୁରୀ ଜିଲ୍ଲା ପରିଷଦର ୭ନମ୍ବର ଜୋନର ସଭ୍ୟା ସଂଯୁକ୍ତା ଦୀକ୍ଷିତ ନିଜର ୮ମାସର ଭତ୍ତା ଅର୍ଥକୁ ଏହି କଚ୍ଚା ରାସ୍ତା ସଫେଇ କାର୍ଯ୍ୟରେ ବିନିଯୋଗ କରି ଏହାକୁ ଯାତାୟାତ ଉପଯୋଗୀ କରିଛନ୍ତି। ଦୁଇଦିନ ତଳେ ପ୍ରାଚୀ ପରିକ୍ରମା ନିମନ୍ତେ ଦେଉଳି ମଠକୁ ଆସିଥିବା ସାଧୁସନ୍ଥ ଏହି ରାସ୍ତାର ପୁନରୁଦ୍ଧାର ନେଇ ଖୁସିବ୍ୟକ୍ତ କରିଛନ୍ତି ଜିଲ୍ଲାପରିଷଦ ସଭ୍ୟାଙ୍କ ଏହି କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply