Home / ମୁଖ୍ୟ ଖବର / ମା ଉକୁଳେଇଙ୍କ ଜନ୍ମ ମହୋତ୍ସବ ଓ ଅପେରା ପରିବେଷଣ

ମା ଉକୁଳେଇଙ୍କ ଜନ୍ମ ମହୋତ୍ସବ ଓ ଅପେରା ପରିବେଷଣ

କାକଟପୁର ତା ୨୨/୧, ପୁରୀଜିଲ୍ଲା ଅସ୍ତରଙ୍ଗର ଅଧିଷ୍ଠାତ୍ରୀଦେବୀ ମା’ଉକୁଲେଇ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ତ୍ରିବେଣୀ ଅମାବାସ୍ୟାରେ ମା’ଙ୍କ ଜନ୍ମ ମହୋତ୍ସବ ପାଳିତ ହେଉଛି । କରୋନା ପାଇଁ ୨ ବର୍ଷ ମା’ ଙ୍କ ସିଦ୍ଧ ପୁଷ୍କରିଣୀରେ ଚାପ ଖେଳ ହୋଇନଥିଲା । ଚଳିତ ବର୍ଷ ମା’ଙ୍କ ସ୍ବପ୍ନାଦେଶ ହୋଇନଥିବାରୁ ମା’ ଉକୁଲେଇଙ୍କ ସିଦ୍ଧ ପୁଷ୍କରିଣୀରେ ଚାପ ଖେଳହୋଇନଥିଲା। ନୀତି ଅନୁଯାୟୀ ମା’ ଉକୁଲେଇଙ୍କ ପୀଠରେ ଜନ୍ମ ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା । ଏଥି ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ନିକଟରେ ମାନସିକ କରି ଗୁଆ ଓ କଳସି ବସାଇଲେ ଯେ କୌଣସି ଦୁରାରୋଗ୍ୟ ସହ ବିଭିନ୍ନ ମାନସିକ ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି l ଏହି ଅବସରରେ ଗତ ଶନିବାର ଠାରୁ ତ୍ରିବେଣୀ ଯାତ୍ରାପାଇଁ ସ୍ଥାନୀୟ ଅଗ୍ରଣୀ ଯୁବ ଅନୁଷ୍ଠାନ ସିଧେଶ୍ୱର କ୍ଲବ ଆନୁକୂଲ୍ୟରେ ଅପେରା, ଓଁ ଶ୍ରୀ ଗଣନାଟ୍ୟ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଛି l ଉକ୍ତ ନାଟକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗର ଯୁବ ସମାଜସେଵୀ ତଥା ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦୁଷ୍ମନ୍ତ ପରିଡା, କେନ୍ଦ୍ରାପଟୀ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା କାଣ୍ଡି, ମୁଖ୍ୟବକ୍ତା ଭାବେ ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ ଉପସ୍ଥିତ ଥିଲେ l ମଞ୍ଚ ପରିଚାଳନା କରିଥିଲେ କ୍ଲବର ସମ୍ପାଦକ ପ୍ରଭାକର ନାୟକ l ଆୟୋଜକ କ୍ଲବର ଉପସଭାପତି ସୁଦୀପ୍ତ ରାଉତ, ସଚ୍ଚିଦାନନ୍ଦ ନାୟକ, ଦେବେନ୍ଦ୍ର ସ୍ୱାଇଁ, ଉଲ୍ଲାସ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା 24 ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଯାତ୍ରା ପରିବେଷଣ କରାଯିବ ବୋଲି ଅନୁଷ୍ଠାନର ସଭାପତି ଅଶ୍ୱିନୀ ମହାନ୍ତି ପ୍ରକାଶ କରିଛନ୍ତି l ଅସ୍ତରଙ୍ଗ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply